ଷଷ୍ଠ ସନ୍ଧ୍ୟାରେ ପୌରପାଳିକା ପକ୍ଷରୁ ନାଟକ 'ସମୟ' ମଞ୍ଚସ୍ଥ
Alok Kumar Mohapatra | 03 Dec 2025 | 7 min read | 16 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ଜୟଦେବ ସଦନ ଠାରେ ସଫଳତାର ସହ ଚାଲିଥିବା ପାରାଦୀପ ବନ୍ଦର ସାଂସ୍କୃତିକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ପାରାଦୀପ ପୌରପାଳିକାର କଳାକାର ମାନଙ୍କ ଦ୍ୱାରା ସାମାଜିକ ନାଟକ 'ସମୟ' ବୁଧବାର ଦିନ ପରିବେଷିତ ହୋଇଯାଇଛି l ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ଦ୍ୱାରା ପ୍ରଯୋଜିତ ଏବଂ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ବ୍ୟବସ୍ଥାପନା ରେ ଅନୁଷ୍ଠିତ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାନ୍ତ ସାହୁ l
ଏହି ନାଟକରେ ଶିଶୁରୁ କିଶୋର ଏବଂ ଯୌବନରୁ ବାର୍ଦ୍ଧକ୍ୟ ସମୟ ମଧ୍ୟରେ ଯେତେବେଳେ ସ୍ୱାର୍ଥରେ ବାଧା ସୃଷ୍ଟି ହୁଏ, ସେତେବେଳେ ନିଜ ଲୋକ ପର ଓ ଅଦରକାରୀ ହୋଇଯାଆନ୍ତି ଓ ସମ୍ପର୍କର ମୂଳଦୁଆ ଭୁଶୁଡି ଯାଇଥାଏ l ଏବଂ ଜୀବନର ଛକିଶୂନ ଖେଳରେ କିଏ ନିଜର ଓ କିଏ ପରର ଏବଂ ଜୀବନର ଚିରନ୍ତର ସତ୍ୟକୁ ସମୟର ପଶାପାଲିରେ ଯୁଝିବାର ସାହସ ଏହି 'ସମୟ' ନାଟକରେ କଳାକାର ମାନେ ଅତି ନିଚ୍ଛକ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ l ତେବେ ଏହି ନାଟକ ଉପସ୍ଥିତ ସଂଖ୍ୟାଧିକ ଦର୍ଶକ ମାନଙ୍କୁ ବେସ ଆକର୍ଷିତ କରିଥିବାର ଦେଖିବାକୁ ମିଳିଥିଲା l ଏହି ନାଟକରେ ବିଭିନ୍ନ ଭୂମିକାରେ ଲିଟୁ ପାତ୍ର, ମୂର୍ଚ୍ଛନା ମହାପାତ୍ର ସୌମ୍ୟରଞ୍ଜନ ମଲ୍ଲ, ଶ୍ଵେତାଙ୍କ ସ୍ୱାଇଁ, ବାହାନା ପ୍ରଧାନ, ଲିପ୍ସା, ଗାଲେଖ ସାହୁ, ସିଦ୍ଧାନ୍ତ ସାହୁ, ଆଞ୍ଚଲ ଅନ୍ବେଶା ମହାନ୍ତି, ତପନ ମହାନ୍ତି ପ୍ରମୁଖ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିଥିବାର ଦେଖିବାକୁ ମିଳିଥିଲା l ତେବେ ଆମ ସଂସ୍କୃତି, ଲୋକକଳା ଓ ସାହିତ୍ୟ କୁ ଉଦଜୀବିତ କରି ରଖିବା ପାଇଁ ଏପରି ସାଂସ୍କୃତିକ ନାଟ୍ୟ ମହୋତ୍ସବ ଉଦ୍ୟମ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି l