ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ।
Alok Kumar Mohapatra | 03 Dec 2025 | 8 min read | 14 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ବୁଧବାର ଦିନ ପାଳିତ ହୋଇଯାଇଛି l ଏହି ଅବସରରେ ଜାଗୃତି ଭିନ୍ନକ୍ଷମ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଚଳିତ ବର୍ଷର ବିଷୟବସ୍ତୁ, "ସାମାଜିକ ପ୍ରଗତିକୁ ଆଗକୁ ବଢ଼ାଇବା ପାଇଁ ଭିନ୍ନକ୍ଷମ-ସମାବେଶୀ ସମାଜକୁ ପ୍ରୋତ୍ସାହିତ କରିବା" ଉପରେ ଆଧାରିତ ଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାରାଦ୍ଵୀପ ବନ୍ଦରର ଉପ-ସଂରକ୍ଷକ କ୍ୟାପ୍ଟେନ ଏ.ସି.ସାହୁ ଯୋଗ ଦେଇ ପିଲାମାନଙ୍କର ମନୋବଳ ଏବଂ ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ଏବଂ ସ୍କୁଲର ସାମଗ୍ରିକ ବିକାଶରେ ବନ୍ଦର ପ୍ରଶାସନ ତାର ସମର୍ଥନ ଜାରି ରଖିବା ନେଇ ପ୍ରତିଶୃତି ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଯନ୍ତ୍ରୀ ଏଚ୍.ଏସ୍. ରାଉତ ସ୍କୁଲର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ସିଏମଇ ସୁଶୀଲ ଚନ୍ଦ୍ର ନାହାକ, ପାରାଦୀପ ଲେଡିଜ୍ କ୍ଲବର ସମ୍ପାଦିକା ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ, କୋଷାଧ୍ୟକ୍ଷ ଶ୍ରୀମତୀ ଜେମିମା ଏଡିସନ୍, କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ କବିତା ନାହାକ ଏବଂ ମହିଳା କ୍ଲବର ସଦସ୍ୟା ଶ୍ରୀମତୀ ସବିତା ସାହୁ, ଜାଗୃତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନଳିନୀ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ବନ୍ଦର ଅର୍ଥ ବିଭାଗ ର ଉପ-ମୂଖ୍ୟ ପ୍ରସାନ୍ତ କୁମାର ମହାରଣା ଏହି ଅବସରରେ ଭିନ୍ନକ୍ଷମ ଦିବସ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ପାରାଦ୍ଵୀପ ବନ୍ଦର ପ୍ରାଧିକରଣର ୫୧ ଜଣ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ସେମାନଙ୍କ ଅବଦାନକୁ ସ୍ୱୀକୃତି ସ୍ୱରୂପ ସ୍ମାରକୀ ବଣ୍ଟନ କରାଯାଇଥିଲା । ସେହିପରି ଜାଗୃତି ସ୍କୁଲର ପିଲାମାନଙ୍କ ସହିତ କର୍ମଚାରୀମାନଙ୍କୁ ସ୍କୁଲ କିଟ୍ ମଧ୍ୟ ପ୍ରଦାନ କରାଯିବା ସହ ପାରାଦ୍ଵୀପ ଲେଡିଜ୍ କ୍ଲବ ଅନୁଷ୍ଠାନ ପକ୍ଷରୁ ସ୍କୁଲର ଆନୁସଙ୍ଗିକ ଉନ୍ନତି ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା l ବନ୍ଦର ଜନମଙ୍ଗଳଅଧିକାରୀ ରାମ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାଗୃତି ସ୍କୁଲର କୋଷାଧ୍ୟକ୍ଷ ଶ୍ରୀମତୀ ସୀମାଶ୍ରୀ ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।