ଓଏସଏଲ ର ଐତିହାସିକ ସଫଳତା : ପାରାଦ୍ଵୀପ ବନ୍ଦରର ୬ଟି ବର୍ଥରେ ରେକର୍ଡ ପଣ୍ୟ ପରିଚାଳନା ।
Alok Kumar Mohapatra | 03 Dec 2025 | 9 min read | 16 views
ପାରାଦ୍ୱୀପ ( ପି.ଏନ. ଏସ ) : ଅଗ୍ରଣୀ ଷ୍ଟିଭେଡୋର୍ସ ସଂସ୍ଥା ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ଼ (ଓଏସଏଲ) ପାରାଦୀପ ବନ୍ଦରର ସମସ୍ତ ୬ ଗୋଟି ମାନୁଆଲ ବର୍ଥରେ ଗୋଟିଏ ଦିନରେ ରେକର୍ଡ ପଣ୍ୟ ବୋଝେଇ ଓ ଖଲାସ କାର୍ଯ୍ୟ ପରିଚାଳନା କରି ଏକ ବିରଳ କୀର୍ତ୍ତିମାନ ସୃଷ୍ଟି କରିଛି l ପାରାଦ୍ଵୀପ ବନ୍ଦରର ସିକ୍ୟୁ-୧ ବର୍ଥରେ ଲାଗିଥିବା ଲାଇମ୍ ଷ୍ଟୋନ୍ ବୋଝେଇ ଜାହାଜ ଏମ୍.ଭି. ମେଟାଲ ଷ୍ଟାର, ସିକ୍ୟୁ-୩ ବର୍ଥରେ ଆମୋନିଆ ନାଇଟ୍ରେଟ୍ ନେଇ ଆସିଥିବା ଏମ୍.ଭି. ରୋଷ୍ଟରମ୍ ସାଓପାଓଲ, ଏମ୍ପିବି ବର୍ଥରେ ଲାଗିଥିବା ଲାଇମ୍ ଷ୍ଟୋନ୍ ପଣ୍ୟବାହୀ ଜାହାଜ ଏମ୍.ଭି. ଆମ୍ସିଷ୍ଟାଲିଅନ୍, ଏସ୍କ୍ୟୁ ବର୍ଥରେ ଲାଇମ୍ ଷ୍ଟୋନ୍ ବୋଝେଇ ଏମ୍.ଭି. ଜିସିଏଲ୍ ଯମୁନା, ଏନ୍କ୍ୟୁ-୩ ବର୍ଥରେ ଜିପ୍ସମ୍ ଏମ୍.ଭି. ଦୃଷ୍ଟି ରୁ ପଣ୍ୟ ଖଲାସ କରାଯାଇଥିଲା l ସେହିପରି ସିକ୍ୟୁ-୨ ବର୍ଥରେ ଲାଗିଥିବା ଏମ୍.ଭି. ଏସ୍ଏଲ୍ଏସ୍ ପୋଲାରରେ ମିଲ୍ସ୍କେଲ୍ ପଣ୍ୟ ବୋଝେଇ କରାଯାଇଥିଲା l ସେହିଭଳି ଡିସେମ୍ବର ୧ରେ ମଧ୍ୟ ଦୁଇଟି ମେକାନିକାଲ ବର୍ଥ ଏଫ୍ବି–୧ ବର୍ଥରେ ଲାଗିଥିବା ପଣ୍ୟବାହୀ ଜାହାଜ ଏମ୍.ଭି. ଆମ୍ସି ଷ୍ଟାଲିଅନ୍ ଜାହାଜରୁ ଲାଇମ୍ ଷ୍ଟୋନ୍ ଓ ଏଫ୍-୨ ବର୍ଥରେ ଲାଗିଥିବା ପଣ୍ୟବାହୀ ଜାହାଜ ଏମ୍.ଭି. ପୋଲାଷ୍ଟାରରୁ ସଲଫର ମଧ୍ୟ ଖଲାସ କରାଯାଇଥିଲା l
ସୂଚନାଥାଉକି, ପାରାଦୀପ ବନ୍ଦରରେ ବିଗତ ଆର୍ଥିକ ବର୍ଷ ଗୁଡ଼ିକରେ ସର୍ବାଧିକ ପଣ୍ୟ ବୋଝେଇ ଓ ଖଲାସ କାର୍ଯ୍ୟ କରି ଓଏସଏଲ କ୍ରମାଗତ ସର୍ବଶ୍ରେଷ୍ଠ ଷ୍ଟିଭେଡୋର୍ସ ସମ୍ମାନ ବିଗତ ବର୍ଷ ମାନଙ୍କରେ ପାଇ ଆସୁଅଛି l ଚଳିତ ବର୍ଷ ତା୨୬.୦୬.୨୦୨୫ ରିଖରେ ୨୪ ଘଣ୍ଟା ମଧ୍ୟରେ ସିକ୍ୟୁ-୧ ବର୍ଥରେ ଏମ୍.ଭି. ଟେଲ୍ୱିଣ୍ଡିସ୍ ଜାହାଜରୁ ୫୦,୪୪୦ ମେଟ୍ରିକ୍ ଟନ୍ ଷ୍ଟିମ୍ କୋଲ୍ ଖଲାସ କରି ଓଏସଏଲ ଏକ ବିରଳ ଇତିହାସ ସୃଷ୍ଟି କରିଥିଲା l ତେବେ ପାରାଦୀପ ବନ୍ଦର ପଣ୍ୟ ପରିଚାଳନ କ୍ଷେତ୍ରରେ ଦେଶର ଏକ ନମ୍ବର ହେବାରେ ଓଏସଏଲ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହାଯାଇପାରେ l ଅନ୍ୟପକ୍ଷରେ ଏହି ଐତିହାସିକ ସଫଳତା ହାସଲ ପରେ ଓଏସଏଲ ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ର ଓ କମ୍ପାନୀ ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର ସମସ୍ତ କର୍ମଚାରୀ ଓ ସହଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ନିରବଛିନ୍ନ ପ୍ରୟାସ ପାଇଁ ସାଧୁବାଦ ଜଣାଇଛନ୍ତି l ତେବେ ପାରାଦୀପ ବନ୍ଦର ପଣ୍ୟ କାରବାର ଅଭିବୃଦ୍ଧିରେ ଓଏସଏଲ ତାର ଉତ୍କର୍ଷ ପ୍ରୟାସ ଏହିପରି ଜାରି ରଖିବ ବୋଲି କମ୍ପାନୀ ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ର କହିଛନ୍ତି l