ଗ୍ରୀନ ପାରାଦ୍ଵୀପ ଟ୍ରଷ୍ଟ ପକ୍ଷରୁ ଅସହାୟ ବ୍ୟକ୍ତି ମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ ।
Alok Kumar Mohapatra | 02 Dec 2025 | 6 min read | 14 views
ପାରାଦ୍ୱୀପ ( ପି.ଏନ. ଏସ ) : ବନ୍ଦର ସହର ପାରାଦ୍ଵୀପ ର ବିଭିନ୍ନ ରାସ୍ତା କଡ଼ ଫୁଟପାଥ ଏବଂ ଗଛ ମୂଳେ ଶୀତ କାକରରେ ରାତିରେ ଆଶ୍ରୟ ନେଉଥିବା ଅସହାୟ ଓ ମାନସିକ ଭିନ୍ନକ୍ଷମ ପୁରୁଷ ଓ ମହିଳା ମାନଙ୍କୁ ସୋମବାର ରାତିରେ ଅଗ୍ରଣୀ ପରିବେଶ ଧର୍ମୀ ଅନୁଷ୍ଠାନ ଗ୍ରୀନ ପାରାଦ୍ଵୀପ ଟ୍ରଷ୍ଟ ପକ୍ଷରୁ କମ୍ବଳ, ଶୁଖିଲା ଖାଦ୍ୟ ଓ ପିଇବା ପାଣି ବୋତଲ ଯୋଗାଇ ଦିଆଯାଇଛି l ଟ୍ରଷ୍ଟ ର ସଭାପତି ରାକେଶ ପଟ୍ଟନାୟକ ଙ୍କ ନେତୃତ୍ୱରେ ଟ୍ରଷ୍ଟ ର ଉପଦେଷ୍ଟା ଶୁକଦେବ ଜେନା, ଶଶାଙ୍କ ଆଚାର୍ଯ୍ୟ, ତୁଷାର କାନ୍ତ ଭୋଇ, କର୍ମକର୍ତ୍ତା ସୁଧାଂଶୁ ନାୟକ,ଆଲୋକ ମହାପାତ୍ର, ନାରାୟଣ ବେହେରା, ରଶ୍ମି ରଞ୍ଜନ ରାଉତରାୟ, ବିରଜା ତ୍ରିପାଠୀ, ଦୀପକ ଦାସ,ବିବେକାନନ୍ଦ ରାଉତ ଙ୍କ ସମେତ ବହୁ ସଦସ୍ୟ ବନ୍ଦର ନାଗରୀର ପାରାଦୀପ ର ବିଭିନ୍ନ ସ୍ଥାନ ବୁଲି ଖୋଜି ଖୋଜି ଏହି ଅସହାୟ ମାନଙ୍କୁ ସହାୟତା କରିଥିଲେ l ସୂଚନାଥାଉକି, ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଦ୍ୱାରା ନିୟମିତ ଅନ୍ତରରେ ଏଠାରେ ଅସହାୟ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଉଦ୍ଧାର କଲାପରେ ଏଠାରେ ମାନସିକ ଭିନ୍ନକ୍ଷମଙ୍କ ସଂଖ୍ୟା ହ୍ରାସ ପାଇଛି l ତେବେ ଟ୍ରଷ୍ଟ ପକ୍ଷରୁ ଏହିପରି ସେବା କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ଟ୍ରଷ୍ଟ ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି l ସୂଚନା ଥାଉକି ପାରାଦୀପର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଟ୍ରଷ୍ଟ ନିୟମିତ ଅନ୍ତରରେ ବୃକ୍ଷ ରୋପଣ, ଗରିବ ଙ୍କୁ ସାହାଯ୍ୟ, ଚିକିତ୍ସା ଉପକରଣ ବଣ୍ଟନ ସମେତ ବିଭିଦ ସେବା କାର୍ଯ୍ୟ କରି ଆସୁଛି l ଅନ୍ୟପକ୍ଷରେ ଶୀତର ପ୍ରକୋପ ବୃଦ୍ଧି ପାଉଥିଲା ବେଳେ ଗ୍ରୀନ ପାରାଦ୍ଵୀପ ଟ୍ରଷ୍ଟ ଅବହେଳିତ ଅସହାୟ ଲୋକଙ୍କୁ ସହଯୋଗ କରିବା ସାଧାରଣରେ ପ୍ରଶଂସା କରାଯାଇଛି l
