ଜଙ୍ଗଲୀ ଜନ୍ତୁଙ୍କ ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଗାଈ ମୃତ ।
pragyansila bureau | 02 Dec 2025 | 6 min read | 11 views
କୁଜଙ୍ଗ ( ପି.ଏନ. ଏସ ) : ଜଙ୍ଗଲୀ ବାରହା ଓ ହରିଣ ଶିକାର ପାଇଁ ବିଛାଇଥିଲେ ଇଲେକ୍ଟ୍ରି ତାର, ଘାସ ଚରିବାକୁ ଯାଇ ଏକ ଗାଈ ମୃତ । ଏଭଳି ଏକ ଘଟଣା ଘଟିଛି ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଗଡ଼କୁଜଙ୍ଗ ପଞ୍ଚାୟତ ର ଭୂୟାଁପାଳ ଗାଁ ରେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଜଟାଧାରୀ ମୁହାଣ ନିକଟ ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ହରିଣ ଓ ବାରାହା ରହୁଛନ୍ତି । ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ସେଠାରେ ଗଛ କଟାଯାଇ ପାଚେରୀ ନିର୍ମାଣ ହେଉଥିବାରୁ ଜଙ୍ଗଲୀ ଜନ୍ତୁ ସବୁ ଏବେ ନୋଳିଆସାହି, ନୂଆଗାଁ ଓ ଗଡ଼କୁଜଙ୍ଗ ଅଞ୍ଚଳରେ ବିଚରଣ କରୁଛନ୍ତି । ଶହ ଶହ ସଂଖ୍ୟାରେ ଦଳ ଦଳ ହୋଇ ବୁଲୁଥିବା ଏହି ବିରଳ ଜଙ୍ଗଲୀ ଜୀବ ଙ୍କୁ ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକ ଅନବରତ ଶିକାର କରୁଛନ୍ତି । ଇଲେକ୍ଟ୍ରି ତାର ବିଛାଇ ସେମାନେ ଜଙ୍ଗଲୀ ବାରହା ଓ ହରିଣ ଶିକାର କରିଥାନ୍ତି । ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ ମଧ୍ୟ ସ୍ଥାନୀୟ ପୋଲିସ କିମ୍ବା ବନବିଭାଗ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଫଳରେ ସେମାନେ ଗ୍ରାମବାସୀ ଙ୍କୁ ଧମକାଇବା ସହିତ ଜବରଦସ୍ତ ଇଲେକ୍ଟ୍ରି ତାର ବିଛାଇ ଶିକାର କରୁଛନ୍ତି । ସେପଟେ ବିଲ କାମରେ ଯାଉଥିବା ଲୋକେ ଓ ଗୃହପାଳିତ ପଶୁ ମଧ୍ୟ ଏହି ତାର ସଂସ୍ପର୍ଶରେ ଆସି ଆହାତ ହେଉଥିବା ବେଳେ ଗୋଟିଏ ଗାଈ ର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅଭୟଚାନ୍ଦପୁର ଥାନା ରେ ମୃତ ଗାଈ ର ମାଲିକ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସୂଚନା ମିଳିଛି ।
