ପାରାଦ୍ଵୀପରେ ପ୍ରଦୂଷଣ ନିୟନ୍ତ୍ରଣ ପାଲଟିଛି ପ୍ରହସନ
pragyansila bureau | 18 Jun 2025 | 15 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ବିଶ୍ବ ପରିବେଶ ଦିବସରେ ଗୋଟିଏ ପଟେ ସରକାରୀ ସ୍ତରରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ। ଅନ୍ୟ ପଟରେ ଚାଲିଛି ବେଧଡକ ଗଛ ଓ ଜଙ୍ଗଲ କଟା । ଗୋଟିଏ ପଟେ ପଲିଥିନ ମୁକ୍ତ ପରିବେଶ ପାଇଁ ଚିତ୍କାର କରୁଛି ପ୍ରଶାସନ, ଅନ୍ୟପଟେ ସହର ସାରା ପଲିଥିନ ଗଦା । ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦ୍ଵୀପ ରେ ପ୍ରଦୁଃଷଣ ର ମାତ୍ରା ବୃଦ୍ଧି ପାଉଥିବା ବେଳେ, ଭାଷଣ ବାଜିରେ ପରିବେଶ ର ସୁରକ୍ଷା କୁ ଜାବୁଡ଼ିଧରି ଲୋକଙ୍କୁ ପରିବେଶ ର ସୁନେଲି ସ୍ବପ୍ନ ଦେଖାଉଛି ପ୍ରଶାସନ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ।
ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦ୍ଵୀପ ରେ ଏବେ ଛୋଟ ବଡ ୧୬ ରୁ ଉର୍ଦ୍ଧ୍ୱ ଶିଳ୍ପ କାରଖାନା ଗଢି ଉଠିଛି। ରାଜ୍ୟର ୨ୟ ପ୍ରଦୁଷିତ ସହର ଭାବେ ପାରାଦ୍ଵୀପ କୁ ଗଣାଯାଉଛି। ଏଠାରେ ଦୈନିକ ୧୫ ହଜାର ରୁ ଉର୍ଦ୍ଧ୍ୱ ଭାରି ଯାନ ଚଳାଚଳ କରୁଥିବା ବେଳେ , ଲୁହାପଥର ଗୁଣ୍ଡ ଓ କୋଇଲା ଗୁଣ୍ଡ ରେ ଆସ୍ଥାଦିତ ହୋଇପଡୁଛି ଗଛ ର ପତ୍ର । ମାତ୍ର ପ୍ରଶାସନିକ ସ୍ତରରେ ଏହାପାଇଁ କୈାଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉ ନାହିଁ। ପ୍ରତ୍ୟେକ ବର୍ଷ ପରିବେଶ ଦିବସରେ ବିଭିନ୍ନ ରାଲି ଓ ସଭା ସମିତି କରି କେବଳ ଭାଷଣ ବାଜି ରେ ନିଜର କର୍ତ୍ତବ୍ୟ ସାରି ଦେଉଛି ପ୍ରଶାସନ। ପାରାଦ୍ଵୀପ ର ସୁରକ୍ଷା କବଚ ହେନ୍ତାଳ ଜଙ୍ଗଲ ଏବେ ସମ୍ପୁର୍ଣ୍ଣ ଲୋପ୍ ପାଇଥିବା ବେଳେ, ସେଠାରେ ଥିବା ଝାଉଁ ଜଙ୍ଗଲ କୁ ବେଧଡକ କାଟି ନେଇଯାଉଛନ୍ତି କାଠ ମାଫିଆ ଓ ସମୁଦ୍ର ତଟବର୍ତ୍ତୀ ଲୋକେ | ପାରାଦ୍ଵୀପ ର ବିଭିନ୍ନ ଗଳିକନ୍ଦି ରେ କୁଢ଼ କୁଢ଼ ପଲିଥିନ ଗଦା ହୋଇରହୁଛି। କିନ୍ତୁ ପ୍ରଶାସନ ପକ୍ଷରୁ ଭାଷଣ ମାଧ୍ୟମରେ ସାଧାରଣ ଜନତାଙ୍କୁ ପଲିଥିନ ମୁକ୍ତ ପରିବେଶ ସହିତ ଗଛ ଲଗାଇ ପ୍ରଦୁଃଷଣ ମୁକ୍ତ ପାରାଦ୍ଵୀପ ର ନାରା ଦିଆଯାଉଛି। ଯାହାକୁ ସମାଲୋଚନା କରିଛନ୍ତି ବିଭିନ୍ନ ଯୁବବର୍ଗ। ଗଛ ଲଗାଇ ଫଟୋ ଉଠା ସରିବା ପରେ ଉକ୍ତ ଗଛକୁ କେହି ଦେଖିବାକୁ ଆସୁ ନାହାଁନ୍ତି। କିନ୍ତୁ ଗଛ ଲଗାଇବା ନାମରେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଲକ୍ଷାଧିକ ଟଙ୍କା ବିଭିନ୍ନ କମ୍ପାନୀ ରୁ ହଡ଼ପ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।
ଗୋଟିଏ ପଟେ ପ୍ରାକୃତିକ ବିପର୍ଯ୍ୟୟ ରୁ ପାରାଦ୍ଵୀପ କୁ ସୁରକ୍ଷା ଦେଉଥିବା ଝାଉଁ ଜଙ୍ଗଲ ଏବେ ସମ୍ପୁର୍ଣ୍ଣ କାଠ ମାଫିଆଙ୍କ କବଜାରେ ଥିବା ବେଳେ, ଦିନ ଦ୍ବିପହରରେ କାଠ କାଟି ଲୁଟ୍ କରୁଛନ୍ତି ଦୂର୍ବୁତ୍ତ । ଅନ୍ୟ ପକ୍ଷରେ ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ କମ୍ପାନୀ ନିଜ ଜମିର ୩୦ ପ୍ରତିଶତ ଜଙ୍ଗଲ ସୃଷ୍ଟି କରିବା ସହିତ ଆଖପାଖ ଅଞ୍ଚଳରେ ବୃକ୍ଷ ରୋପଣ କରିବା ବାଧ୍ୟତାମୂଳକ ରହିଛି। ମାତ୍ର ପାରାଦ୍ଵୀପ ରେ ଥିବା ୧୬ ରୁ ଉର୍ଦ୍ଧ୍ୱ ଛୋଟ ବଡ କମ୍ପାନୀ ଏହି ନିର୍ଦ୍ଦେଶକୁ କେହିବି ପାଳନ କରୁନାହାନ୍ତି। କେବଳ କାଗଜ କଲମରେ ଗଛ ଲଗାଇ ପାରାଦ୍ଵୀପ କୁ ସବୁଜ ସୁନ୍ଦର କରିବାର ପ୍ରୟାସ ଚାଲିଥିବା ଅଭିଯୋଗ ହେଉଛି। ବିଶ୍ଵ ପରିବେଶ ଦିବସ ଅବସର ରେ ପାରାଦ୍ଵୀପ ମ୍ୟୁନିସିପାଲଟି, ପ୍ରଦୁଃଷଣ ନିୟନ୍ତ୍ରଣ ବୋର୍ଡ ଓ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ କାରଖାନା ପକ୍ଷରୁ ଏକ ମିଳିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଥିରେ ପଲିଥିନ ମୁକ୍ତ ସହର ଓ ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ଆହ୍ବାନ ଦିଆଯାଉଛି। ମାତ୍ର ବାସ୍ତବରେ ମ୍ୟୁନିସିପାଲଟି କିମ୍ବା ପ୍ରଦୁଃଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପଲିଥିନ ମୁକ୍ତ ପରିବେଶ ପାଇଁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ପାରାଦ୍ଵୀପ ର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ପଲିଥିନ ଗଦା ହୋଇଥିବା ବେଳେ କାଠ ମାଫିଆଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଅଭାବରୁ ବୃକ୍ଷ ଶୁନ୍ୟ ହେବାକୁ ଯାଉଛି ବନ୍ଦର ନଗରୀ ପାରାଦ୍ଵୀପ। ତେବେ ଗଛ କଟା ଯିବାକୁ ଉଭୟ ମ୍ୟୁନିସିପାଲଟି ଅଧ୍ୟକ୍ଷ ଓ ପ୍ରଦୁଃଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ବନ ବିଭାଗ ର କାର୍ଯ୍ୟ ବୋଲି ଉତ୍ତର ଦେଇ ଖସିଯିବାକୁ ବସିଥିବା ବେଳେ ପଲିଥିନ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ବୋଲି ମ୍ୟୁନିସିପାଲଟି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।
ବନ୍ଦର ନଗରୀ ପାରାଦ୍ଵୀପ ରେ ପ୍ରଦୁଃଷଣ ର ମାତ୍ରା ବୃଦ୍ଧି ପାଉଥିବା ବେଳେ କେବଳ ଭାଷଣ ବାଜି ରେ ଅଟକି ରହିଛି ବୃକ୍ଷ ରୋପଣ ଏବଂ ପଲିଥିନ ମୁକ୍ତ ପରିବେଶ ର ବାର୍ତ୍ତା। ପ୍ରଶାସନିକ ଉଦାସୀନତା ଯୋଗୁଁ ଖୁବ୍ ଶୀଘ୍ର ପାରାଦ୍ଵୀପ ବୃକ୍ଷ ଶୁନ୍ୟ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଏ ନେଇ ରାଜ୍ୟ ସରକାର ଖୁବ୍ ଶୀଘ୍ର ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।