Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ମା ଶାରଳାଙ୍କ ମନ୍ଦିରରେ ଉନ୍ମୋଚନ ହେଲା ସ୍ୱସ୍ତିକ ସ୍ୱରାଜ ଅଫିସିଆଲର ପ୍ରଥମ ଭଜନ "ହେ କଳାଠାକୁର"

Alok Kumar Mohapatra | 30 Nov 2025 | 8 min read | 15 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ବଡ଼ପଡ଼ିଆ ମା ଶାରଳାଙ୍କ ମନ୍ଦିର ରେ ସ୍ୱସ୍ତିକ ସ୍ୱରାଜ ଅଫିସିଆଲ ର ପ୍ରଥମ ଜଗନ୍ନାଥ ଙ୍କ ଭଜନ ହେ କଳାଠାକୁର, ତୁମ ଜଗତ କୁ ତୁମେ ଉଦ୍ଧାର କର ଉନ୍ମୋଚନ ହୋଇଯାଇଛି l ପ୍ରକୃତି ର ବିପର୍ଯୟ ଓ କରାଳ ରୂପକୁ ନେଇ ପ୍ରସ୍ତୁତ ଏହି ଭଜନ ଟିକୁ ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ଏସ ଚନ୍ଦ୍ରକାନ୍ତ ସଙ୍ଗୀତ ନିର୍ଦେଶନା ଦେଇଥିବା ବେଳେ ଗୀତ ଲେଖିଛନ୍ତି ଜଣାଶୁଣା ଗୀତିକାର ବବୃ ବାହନ ରାଉତ ଏବଂ ଗୀତଟିକୁ ପରିକଳ୍ପନା ର ରୂପ ଦେଇଛନ୍ତି ବିରଜା ପ୍ରସାଦ ତ୍ରିପାଠୀ l କୁନି କଳାକାର ସ୍ୱସ୍ତିକ ସ୍ୱରାଜ ଏହି ଜଗନ୍ନାଥ ଙ୍କ ଭଜନ କୁ ଅତି ଉଚ୍ଚକୋଟୀର ଭାବରେ ଗାଇଛନ୍ତି, ଯାହାକୁ ନେଇ ହେ କଳାଠାକୁର ଭଜନ ଉନ୍ମୋଚନ ଉତ୍ସବ ରେ ଉପସ୍ଥିତ ଅତିଥି ମାନେ ମନ୍ତ୍ରମୁଗ୍ଧ ହୋଇପଡିଥିବା ବେଳେ କୁନି କଣ୍ଠଶିଳ୍ପୀ ସ୍ୱସ୍ତିକ ସ୍ୱରାଜ ଙ୍କ ଉତ୍ତୋରାତ୍ତର ଉନ୍ନତି ପାଇଁ ମା ଶାରଳାଙ୍କ ପୀଠରେ ମନାସିଛନ୍ତି l ପାରାଦୀପ ଅଭୟଚାନ୍ଦପୁର ଥାନାର ଭାରପ୍ରାପ୍ତ ଅଧିକାରୀ ସମୀର କୁମାର ରାଉତ ଏବଂ ସନ୍ଧ୍ୟାରାଣୀ ରାଉତ ଙ୍କ ସୁପୁତ୍ର ହେଉଛନ୍ତି ସ୍ୱସ୍ତିକ ସ୍ୱରାଜ l ବଣମଲ୍ଲୀ ବାସିଲା ଭଳି ପିଲାଟି ଦିନରୁ ସ୍ୱସ୍ତିକ ସ୍ୱରାଜ ଙ୍କ ସଙ୍ଗୀତ ପ୍ରତି ଦୁର୍ବଳତା ଓ ପ୍ରତ୍ୟେକ ଗୀତ ଶୁଣି ଗାଇବାକୁ ଦେଖି ପୁଅର ଗୀତ ପ୍ରତି ଧ୍ୟାନ ଦେଇଥିଲେ ଶ୍ରୀ ରାଉତ l ଯାହା ଆଜି ସଫଳ ହୋଇଛି l ଅନେକ ମଞ୍ଚ ରେ ସ୍ୱସ୍ତିକ ଙ୍କ ଚମତ୍କାର ସଙ୍ଗୀତ ପରିବେଷଣ ଦର୍ଶକ ମହଲ ରେ ବେଶ ଆଦୃତ ହୋଇଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ସ୍ୱସ୍ତିକ ଙ୍କ ଗୀତ କୁ ବହୁ ପ୍ରଶଂସା ମିଳିଛି l ଯାହା ଆଜି ସାକାର ହେବା ସହିତ ସ୍ୱସ୍ତିକ ସ୍ୱରାଜ ଅଫିସିଆଲ ରେ ଏହି କୁନି କଣ୍ଠଶିଳ୍ପୀ ଙ୍କ ଭଜନ ହେ କଳାଠାକୁର ଓଡିଶା ର ଶ୍ରୋତା ମହଲରେ ପ୍ରଶଂସା ସାଉଁଟିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି l ଆଜିର ଏହି ଉନ୍ମୋଚନ ଉତ୍ସବ ରେ ସଙ୍ଗୀତ ନିର୍ଦେଶକ ଏସ ଚନ୍ଦ୍ରକାନ୍ତ, ବିରଜା ପ୍ରସାଦ ତ୍ରିପାଠୀ ଙ୍କ ସହିତ ପାରାଦୀପ ର ଜଣାଶୁଣା ବ୍ୟବସାୟୀ କ୍ଷୀରୋଦ କୁମାର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, ବିବେକାନନ୍ଦ ରାଉତ, ରବୀନ୍ଦ୍ର ଜେନା, ଆଲୋକ ମହାପାତ୍ର, ପ୍ରଶାନ୍ତ ସ୍ୱାଇଁ, ସନ୍ତୋଷ ଭାରତୀ, ସଂଗ୍ରାମ ରାଉତ ଙ୍କ ସହିତ ପାରାଦୀପ ର ଜଣାଶୁଣା ବ୍ୟବସାୟୀ ଓ ଆଦିଦେବ ଏଣ୍ଟରଟେନମେଣ୍ଟ ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l