ସାଂସ୍କୃତିକ ମହୋତ୍ସବ ୨୦୨୫ ର ଦ୍ଵିତୀୟ ସନ୍ଧ୍ୟାରେ ପୋର୍ଟ ଯୁଜର୍ସ ପକ୍ଷରୁ ନାଟକ 'ଭାଗ' ପରିବେଷଣ
Alok Kumar Mohapatra | 30 Nov 2025 | 6 min read | 14 views
ପାରାଦ୍ୱୀପ ( ପି.ଏନ. ଏସ ) : ସ୍ଥାନୀୟ ଜୟଦେବ ସଦନ ଠାରେ ପାରାଦୀପ ବନ୍ଦର ପ୍ରାଧିକରଣ ଓ ଜାଗନ୍ନାଥ ଲଳିତ କଳା ସଂସଦ ମିଳିତ ଆନୁକୂଲ୍ୟରେ ଆୟୋଜିତ ବନ୍ଦର ସାଂସ୍କୃତିକ ମହୋତ୍ସବ ୨୦୨୫ ର ଦ୍ଵିତୀୟ ସନ୍ଧ୍ୟାରେ ନାଟକ 'ଭାଗ' ଶନିବାର ଦିନ ମଞ୍ଚସ୍ଥ ହୋଇଯାଇଛି l ବନ୍ଦର ବ୍ୟବହାରକାରୀ ସଂସ୍ଥା (ପୋର୍ଟ ଯୁଜର୍ସ) ର କର୍ମଚାରୀ ମାନଙ୍କ ଦ୍ୱାରା ମଞ୍ଚସ୍ଥ ଏହି ନାଟକ ଉପସ୍ଥିତ ଦର୍ଶକଙ୍କ ବେସ ମନଛୁଆଁ ହୋଇଥିଲା l ଏଥିରେ ଗୋଟିଏ ପରିବାରରେ ବିଶୃଙ୍ଖଳା ଏବଂ ଶେଷରେ ଜେଜେ ଙ୍କ ପାଇଁ ପରିବାର ଏକାଠି ହେବା ଘଟଣା ଉପରେ ଆଧାରିତ ଥିଲା l ଏହି ନାଟକରେ କୀର୍ତ୍ତନ ଦାଶ, ଅମ୍ବିକା ସୁତାର, ମନୋରଞ୍ଜନ ମିଶ୍ର, କାଞ୍ଚନ ଦାଶ, ମନୋଜ, ରାଜା, ଆଶିଷ, ତାପସ ପ୍ରମୁଖଙ୍କ ଅଭିନୟ ବେସ ଆକର୍ଷଣୀୟ ହୋଇଥିଲା l ଏହି ନାଟକଟି ପ୍ରଜ୍ଞାନ ରଞ୍ଜନ ଖଟୁଆ ରଚନା କରିଥିବା ବେଳେ ନିରଞ୍ଜନ ଗାନ ନିର୍ଦ୍ଦେଶନା ଦେଇଥିଲେ l ଦ୍ଵିତୀୟ ସନ୍ଧ୍ୟାରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ପାରାଦୀପ ବନ୍ଦର ଉପ ସରଂକ୍ଷକ କ୍ୟାପଟେନ ଅଲେଖ ଚନ୍ଦ୍ର ସାହୁ, ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତିରଞ୍ଜନ କର, ବନ୍ଦର ମୂଖ୍ୟ ଯନ୍ତ୍ରୀ ହିମାଂଶୁ ଶେଖର ରାଉତ, ଯାନ୍ତ୍ରିକ ମୂଖ୍ୟ ଯନ୍ତ୍ରୀ ସୁଶୀଲ ଚନ୍ଦ୍ର ନାହାକ, ପାରାଦୀପ ପୋର୍ଟ ଷ୍ଟିଭେଡୋର୍ସ ଆସୋସିଏସନ ସମ୍ପାଦକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ବନ୍ଦର ବ୍ୟବହାରକାରୀ ସଂସ୍ଥାର ସଂଯୋଜକ ଅକ୍ଷୟ ଚନ୍ଦ୍ର ସୁତାର ଓ ହରିହର ଦାଶ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ତେବେ ଏହି ନାଟକ ମହୋତ୍ସବରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା l
