Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ପାରାଦୀପ ବନ୍ଦର ସାଂସ୍କୃତିକ ମହୋତ୍ସବ ୨୦୨୫ ଉଦଘାଟନୀ ସନ୍ଧ୍ୟାରେ 'ଯେତିକି ଆଲୁଅ, ସେତିକି ଅନ୍ଧାର' ନାଟକ ମଞ୍ଚସ୍ଥ

Alok Kumar Mohapatra | 30 Nov 2025 | 4 min read | 13 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ବନ୍ଦର ପ୍ରାଧିକରଣ ଓ ଜଗନ୍ନାଥ ଲଳିତ କଳା ସଂସଦ ମିଳିତ ଆନୁକୂଲ୍ୟରେ ବନ୍ଦର ସାଂସ୍କୃତିକ ମହୋତ୍ସବ ୨୦୨୫ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ପାରାଦୀପ ବନ୍ଦର ନିର୍ମାଣ ବିଭାଗ ଦ୍ଵାରା 'ଯେତିକି ଆଲୁଅ,ସେତିକି ଅନ୍ଧାର' ନାଟକ ପରିବେଷଣ କରାଯାଇଥିଲା। ଏହି ନାଟକରେ ଦୁଇ ଭାଇଙ୍କ ମଧ୍ୟରେ ଚମତ୍କାର କାହାଣୀ ସହିତ କଳାକାର ମାନଙ୍କ ସୁନ୍ଦର ଅଭିନୟ ଦର୍ଶକ ମାନଙ୍କ ମନକୁ ଛୁଇଁ ପାରିଥିଲା । ଏହି ନାଟକର ପ୍ରଦୋଷ ମହାନ୍ତି ନାଟ୍ୟରୁପ ଓ ନିର୍ଦ୍ଦେଶନା ଦେଇଛନ୍ତି ଦିଲ୍ଲୀପ ବଳବନ୍ତରାୟ, ସହ ନିର୍ଦ୍ଦେଶକ ରତ୍ନାକର ସାହୁ। ଜୟଦେବ ସଦନରେ ମଞ୍ଚସ୍ଥ ନାଟକରେ କାଳୀ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରତାପ ରୁଦ୍ର ବିଶ୍ଵାଳ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଉକ୍ତ ନାଟକରେ ବନ୍ଦର ନିର୍ମାଣ ବିଭାଗ କର୍ମଚାରୀ ମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିବାର ଦେଖିବାକୁ ମିଳିଥିଲା l