ଦ୍ରୁତତମ ୧୦୦ ଏମଏମଟି ପଣ୍ୟ ପରିଚାଳନା କରି ପୁନର୍ବାର ଇତିହାସ ରଚିଲା ପାରାଦ୍ଵୀପ ବନ୍ଦର ।
Alok Kumar Mohapatra | 28 Nov 2025 | 11 min read | 14 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦର ଚଳିତ ଆର୍ଥିକ ବର୍ଷ ନଭେମ୍ବର ୨୭ ତାରିଖ ଦିନ ୧୦୦ ମିଲିୟନ ମେଟ୍ରିକ ଟନ (ଏମଏମଟି) ପଣ୍ୟ ପରିଚାଳନା କରି ପୁନର୍ବାର ଇତିହାସ ସୃଷ୍ଟି କରିଛି । ଲଗାତାର ୯ମ ବର୍ଷ ବନ୍ଦର ୧୦୦ ଏମଏମଟି ଲକ୍ଷ୍ୟ ଅତିକ୍ରମ କରି ୧୦୦.୧୫ ଏମଏମଟି ହାସଲ କରି ବାର୍ଷିକ ଆଧାରରେ ୪.୭୮% ଅଭିବୃଦ୍ଧି ପ୍ରଦର୍ଶନ କରିଛି l ଏହି କୀର୍ତ୍ତିମାନ ଗତ ଆର୍ଥିକ ବର୍ଷ ତୁଳନାରେ ୧୨ ଦିନ ପୂର୍ବରୁ ହାସଲ ହୋଇଛି ଯାହା ଭାରତୀୟ ବୃହତ ବନ୍ଦର କ୍ଷେତ୍ରରେ ଏକ ଇତିହାସ। ଗତ ଆର୍ଥିକ ବର୍ଷରେ ୨୫୩ ଦିନ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ୨୪୧ ଦିନରେ ଏହି ରେକର୍ଡ ହାସଲ କରାଯାଇଥିଲା ।
ବଜାରରେ ପ୍ରତିଯୋଗିତା ସତ୍ତ୍ୱେ, ପାରାଦୀପ ବନ୍ଦର ନୂତନ ମାନଦଣ୍ଡ ସ୍ଥାପନ କରିଚାଲିଛି। ଦ୍ରୁତ କାର୍ଯ୍ୟ ଶୈଳୀ, ପଦ୍ଦତିରେ ଉନ୍ନତି ଏବଂ ଅଂଶୀଦାରମାନଙ୍କଠାରୁ ସ୍ଥିର ସମର୍ଥନ ପାରାଦୀପ ବନ୍ଦର ପ୍ରାଧିକରଣକୁ ଆଗରେ ରହିବାରେ ସାହାଯ୍ୟ କରିଛି । ଉପକୂଳ ତାପଜ କୋଇଲା, କଣ୍ଟେନର ପଣ୍ୟ, ଜିପସମ ଏବଂ ଫ୍ଲକ୍ସ, ପିଓଏଲ ଏବଂ ଷ୍ଟିଲ୍ ପଣ୍ୟରେ ଅଭିବୃଦ୍ଧି ଏକ ଅଗ୍ରଣୀ ଉପକୂଳ ଜାହାଜ ଚଳାଚଳ ହବ୍ ଭାବରେ ପାରାଦ୍ଵୀପ ବନ୍ଦର ସ୍ଥିତିକୁ ସୁଦୃଢ଼ କରିଛି । ବନ୍ଦରରେ ମୋଟ କାର୍ଗୋ ପରିମାଣର ପ୍ରାୟ ୪୫% କୋଇଲା ପଣ୍ୟ ପରିଚାଳନା ଏବଂ ଏହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ୩.୭୬ ପ୍ରତିଶତ ଅଭିବୃଦ୍ଧି ଦେଖାଇଛି । ସେହିପରି, ଚଳିତ ଆର୍ଥିକ ବର୍ଷରେ କଣ୍ଟେନର କାର୍ଗୋ ପରିମାଣ ୩୨ ପ୍ରତିଶତ, ଜିପସମ ଏବଂ ଫ୍ଲକ୍ସ ପରିମାଣ ୨୪ ପ୍ରତିଶତ, ଷ୍ଟିଲ୍ କାର୍ଗୋ ୩୫ ପ୍ରତିଶତ ଏବଂ ପିଓଏଲ ୩୧ ପ୍ରତିଶତ ବୃଦ୍ଧି ପାଇଛି । ଏହିପରି ପାରାଦୀପ ବନ୍ଦର ଦେଶର ଏକ ଉପକୂଳ ଜାହାଜ ଚଳାଚଳ ହବ୍ ଭାବରେ ଉଭା ହେଉଛି ।
ଏହି ସଫଳତା ପାଇଁ, ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ସ୍ଥାନୀୟ ଗଣମାଧ୍ୟମ ସହିତ ଆଲୋଚନା କରିବା ସମୟରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି, ଯାହାଙ୍କ ପ୍ରେରଣା, ଗତିଶୀଳ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ପାରାଦ୍ଵୀପ ବନ୍ଦର ଏହି ଅବିଶ୍ୱସନୀୟ ସଫଳତା ହାସଲ କରିପାରିଛି । ସେ ସମସ୍ତ ଅଧିକାରୀ, କର୍ମଚାରୀ, ଉପଭୋକ୍ତା ଶିଳ୍ପ, ଷ୍ଟିଭେଡୋର, ଷ୍ଟିମର ଏଜେଣ୍ଟ, ଟ୍ରେଡ୍ ୟୁନିଅନ୍, ପିପିପି ଅପରେଟରମାନଙ୍କୁ ବନ୍ଦରର ସେବା କରିବାରେ ଏପରି ଆଶ୍ଚର୍ଯ୍ୟଜନକ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ । ଏତଦବ୍ୟତୀତ ବନ୍ଦରାଧ୍ୟକ୍ଷ ଶ୍ରୀ ହରନାଦ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମାର୍ଗ ମନ୍ତ୍ରଣାଳୟ, ଓଡ଼ିଶା ସରକାର, ଭାରତୀୟ ରେଳ, କଷ୍ଟମ୍ସ ଏବଂ ଅନ୍ୟାନ୍ୟ ବିଭାଗ ପ୍ରମୁଖଙ୍କ ନିରନ୍ତର ସମର୍ଥନ ପାଇଁ ମଧ୍ୟ ପ୍ରଶଂସା କରିଥିଲେ । ଏହି ସଫଳତା ଅବସରରେ ପାରାଦ୍ଵୀପ ବନ୍ଦର ପ୍ରଶାସନିକ ଭବନ ବୋର୍ଡ ରୁମରେ ବନ୍ଦର ଉପାଧ୍ୟକ୍ଷ ଟି. ଭେନୁ ଗୋପାଲ, ଟ୍ରାଫିକ ପରାମର୍ଶଦାତା ଏ.କେ.ବୋଷ, ଟ୍ରାଫିକ ମ୍ୟାନେଜର ଜି.ଏଡିସନ ଏବଂ ଅନ୍ୟ ଅଧିକାରୀ ଙ୍କ ଉପସ୍ଥିତିରେ ବନ୍ଦର ଅଧ୍ୟକ୍ଷ କେକ୍ କାଟି ଥିଲେ l ଦକ୍ଷତା ଏବଂ ଅଭିବୃଦ୍ଧି ଉପରେ ସ୍ପଷ୍ଟ ଧ୍ୟାନ ଦେଇ, ପାରାଦ୍ଵୀପ ବନ୍ଦର ଚଳିତ ଆର୍ଥିକ ବର୍ଷରେ ସର୍ବକାଳୀନ ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବା ପାଇଁ ଆଗ୍ରଗତି କରୁଥିବା ନେଇ ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଥିଲେ l