Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଙ୍କ ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତ ।

pragyansila bureau | 27 Nov 2025 | 13 min read | 11 views

ଜଗତସିଂହପୁର ( ପି.ଏନ. ଏସ ) : ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଶ୍ରୀ ଅବନିକାନ୍ତ ସାହୁ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ପୌରୋହିତ୍ୟ ରେ ଆୟୋଜିତ ଏହି ବୈଠକ ରେ ଅଧ୍ୟକ୍ଷ ଶ୍ରୀ ସାହୁ ଖାଦ୍ୟ ସୁରକ୍ଷା ଓ ଯୋଗାଣ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ୨୦୧୩ ଆଧାର ରେ ଜିଲ୍ଲା ରେ ଥିବା ବିଦ୍ୟାଳୟ,ଅଙ୍ଗନୱାଡ଼ି କେନ୍ଦ୍ର, ଆଶ୍ରମ ବିଦ୍ୟାଳୟ, ନ୍ୟୁଟ୍ରି ଗାର୍ଡେନ ଆଦି ରେ ଖାଦ୍ୟ ଯୋଗାଣ ଓ ଗୁଣବତ୍ତା ବିଷୟ ରେ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ନୂତନ ରାସନ୍ କାର୍ଡ ଯୋଗାଇବାରେ ସରକାର ଙ୍କ ଆଭିମୁଖ୍ୟ ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଅଯୋଗ୍ୟ ହିତାଧିକାରୀ ଙ୍କୁ ସଠିକ୍ ଯାଞ୍ଚ କରି ତାଲିକା ରୁ ବାଦ ଦେବାପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ଆସନ୍ତା ଏକ ମାସ ମଧ୍ୟରେ ତୃଣମୂଳ ସ୍ତରରେ ଯାଞ୍ଚ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । କାର୍ଡ ରେ ସଦସ୍ୟ ଙ୍କ ନାମ ଯୋଡିବା ନେଇ ଉପୁଜିଥିବା ସମସ୍ୟା ର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ସେ କହିଥିଲେ। ଜିଲ୍ଲା ରେ ନିଜର କ୍ଷେତ୍ର ପରିଦର୍ଶନ ସମୟରେ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ ଓ ସେଠାକାର ଖାଦ୍ୟ ର ମାନ ଯାଞ୍ଚ କରି ନିଜର ସନ୍ତୁଷ୍ଟି ପ୍ରକାଶ କରିଥିଲେ । ଏଥି ସହିତ ପ୍ରତ୍ୟେକ ବିଦ୍ୟାଳୟ ରେ ଷ୍ଟକ୍ ରେଜିଷ୍ଟର ନିୟମିତ ଯାଞ୍ଚ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ଅଙ୍ଗନୱାଡ଼ି କେନ୍ଦ୍ରର ସୁବ୍ୟବସ୍ଥା ପାଇଁ ଜିଲ୍ଲା କୁ ପ୍ରଶଂସା କରିଥିଲେ । ଏହାସହ ଅଙ୍ଗନୱାଡ଼ି ଓ ଏଠାରେ ପଢୁଥିବା ଶିଶୁ ଙ୍କୁ ଦେଶର ମେରୁଦଣ୍ଡ ବୋଲି ଅଭିହିତ କରି ନିର୍ମାଣାଧୀନ କେନ୍ଦ୍ର କୁ ତ୍ୱରିତ ସମ୍ପୂର୍ଣ୍ଣ କରିବା ସହ ଆବଶ୍ୟକୀୟ ଜରୁରୀ ସୁବିଧା ଯଥା ପାଇପ ଲାଇନ୍ ଜଳ, ଶୌଚାଳୟ, ରୋଷେଇ ଘର ଆଦି ଯୋଗାଇବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ରେ ଥିବା ଆଶ୍ରମ ବିଦ୍ୟାଳୟ ଗୁଡ଼ିକର ଭିତ୍ତି ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧ୍ୟକ୍ଷ ଶ୍ରୀ ସାହୁ ସମସ୍ତ ବ୍ଲକ୍ ର ବିଡ଼ିଓ, ମ୍ୟୁନିସପାଲିଟି ନିର୍ବାହୀ ଅଧିକାରୀ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ଲୋକ ମାନଙ୍କ ପ୍ରକୃତ ସୁବିଧା ଅସୁବିଧା କଥା ବୁଝି ତାର ସମାଧାନ ପାଇଁ ସେ ସମସ୍ତ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକ ରେ ସମସ୍ତ ବିଡ଼ିଓ, ଦୁଇ ମ୍ୟୁନିସପାଲିଟି ର ନିର୍ବାହୀ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ସିଡ଼ିପିଓ, ଏମ ଆଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ଅପରାହ୍ନ ରେ ଅଧ୍ୟକ୍ଷ ସର୍କିଟ ହାଉସ ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିଲେ । ପ୍ରକାଶ ଥାଉ କି, ଗତକାଲି ପ୍ରଥମ ଦିନ ରେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଶ୍ରୀ ଅବନିକାନ୍ତ ସାହୁ ତିର୍ତ୍ତୋଲ ବ୍ଲକ୍ ରେ ପୂର୍ବାହ୍ନ ରେ ବିଡ଼ିଓ ଓ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନୱାଡ଼ି ଆଦି ରେ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ । ଏହା ସହ ନ୍ୟୁଟ୍ରୀ ଗାର୍ଡେନ , ଆଶ୍ରମ ବିଦ୍ୟାଳୟ, ଛତୁଆ ପ୍ରସ୍ତୁତ କେନ୍ଦ୍ର ଆଦି ପରିଦର୍ଶନ କରି କାର୍ଯ୍ୟ ତଦାରଖ କରିଥିଲେ ।