Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ବସ୍ତାରେ ଗଞ୍ଜେଇ ନେଲା ବେଳେ ମାଡ଼ିବସିଲେ ଅବକାରୀ ବିଭାଗ ଅଧିକାରୀ ।

pragyansila bureau | 27 Nov 2025 | 6 min read | 10 views

ପାରାଦ୍ୱୀପ ( ପି.ଏନ. ଏସ ) : ଚାଲିଥିଲା ବସ୍ତା ବୁହା ଗଞ୍ଜେଇ କାରବାର, ମୁଣ୍ଡରେ ବସ୍ତା ବସ୍ତା ଗଞ୍ଜେଇ ନେଇ ଏ ଦୋକାନ ରୁ ସେ ଦୋକାନ କୁ ଗଞ୍ଜେଇ ଯୋଗାଉଥିବା ବେପାରୀ ସହିତ ବିପୁଳ ପରିମାଣ ର ଗଞ୍ଜେଇ ଜବତ କରିଛି ପାରାଦୀପ ଅବକାରୀ ବିଭାଗ l ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଙ୍କ ନିର୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲାରେ ନିଶା ଉପରେ ଚାଲିଛି ଜୋରଦାର ଧରପଗଡ଼ l ଆଜି ସକାଳୁ ପାରାଦ୍ଵୀପ ଅବକାରୀ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାନ୍ତି ଙ୍କ ନେତୃତ୍ୱ ରେ କୁଜଙ୍ଗ ଅଞ୍ଚଳ ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କୁଜଙ୍ଗ ପନ୍ଦର ନମ୍ବର ନିକଟରେ ଜଣେ ଯୁବକ ବସ୍ତା ମୁଣ୍ଡେଇ ଯାଉଥିବା ଦେଖି ଅବକାରୀ ଇନ୍ସପେକ୍ଟର ଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା l ଉକ୍ତ ଯୁବକ କୁ ଅଟକାଇ ପଚରା ଉଚରା କରିବାରୁ ବସ୍ତାରେ ଗଞ୍ଜେଇ ଥିବା ଜାଣିବା ପରେ ବେପାରୀ ସହିତ 17 କିଲୋରୁ ଉର୍ଧ୍ୱ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି କୁଜଙ୍ଗ ଅବକାରୀ ବିଭାଗ l ଏହି ଗଞ୍ଜେଇ ବେପାରର ଚେର କୋରଫୁଟ ରୁ ପାରାଦ୍ଵୀପ ଅଞ୍ଚଳ କୁ ବ୍ୟାପିଥିବା ନେଇ ସନ୍ଦେହ କରିଛି ଅବକାରୀ ବିଭାଗ l ଯାହାକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଉକ୍ତ ବ୍ୟବସାୟୀ ଜଣକ କୁଜଙ୍ଗ ରୁ ପାରାଦୀପ ଗଞ୍ଜେଇ ନେଇ ଆସୁଥିବା କହିଛନ୍ତି ପାରାଦୀପ ଅବକାରୀ ଅଧିକାରୀ l ବିଭିନ୍ନ ସମୟରେ ବ୍ରାଉନ ସୁଗାର ଜବତ କରୁଥିବା ବେଳେ ବିପୁଳ ପରିମାଣ ର ଗଞ୍ଜେଇ ଜବତ କରିବା ଏହା ପ୍ରଥମ ଘଟଣା ବୋଲି କହିବା ସହିତ ଏହି ଚୋରା ଗଞ୍ଜେଇ ବ୍ୟବସାୟରେ ଉକ୍ତ ଯୁବକ ସହିତ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ଓ କେଉଁଠୁ କେବେଠାରୁ ଏହି ବେପାର ଚାଲିଛି ତାହାକୁ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ପାରାଦ୍ଵୀପ ଅବକାରୀ ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି l