Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ଚାଲିଲା ବୁଲଡୋଜର ଭାଙ୍ଗିଲା ନାଉଗାଁ ହାଟ ।

pragyansila bureau | 27 Nov 2025 | 4 min read | 10 views

ନାଉଗାଁ ( ପି.ଏନ. ଏସ ) : ଆକ୍ସନ ମୁଡରେ ପ୍ରଶାସନ । ନାଉଗାଁରେ ବୁଲିଲା ବୁଲଡୋଜର, ଭାଙ୍ଗିଲା ଘର । ଆଜି ସକାଳୁ ସକାଳୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ମୁଖ୍ୟ ବଜାର କୁହାଯାଉଥିବା ନାଉଗାଁ ହାଟରେ ଉଚ୍ଛେଦ ହୋଇଛି ଗୋଚର । ଅନେକ ବର୍ଷ ହେବ ଏହି ବଜାର ଉପରେ ଥିବା ଗୋଚର ଜମିରେ କିଛି ବ୍ୟବସାୟୀ ମାନେ ଗୋଚର ଜମିକୁ ଜବରଦଖଲ କରି ବ୍ୟବସାୟ କରୁଥିଲେ । ଅନେକ ସମୟରେ ନାଉଗାଁ ହାଟରେ ସାଧାରଣ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେଉଥିଲା । ପ୍ରସାଶନ ପକ୍ଷ୍ୟରୁ ବାରମ୍ବାର ସେମାନଙ୍କୁ ଉଚ୍ଛେଦ ନୋଟିସ ଜାରି କରାଯାଉଥିବା ବେଳେ ସେମାନେ ଘର ଭାଙ୍ଗୁ ନଥିଲେ । କିନ୍ତୁ ଏବେ ପ୍ରଶାସନ ପକ୍ଷରୁ ନିଆଯାଇଛି କଡା ପଦକ୍ଷେପ । ନାଉଗାଁ ତହସିଲଦାର ସ୍ତାନୀୟ ପୋଲିସ ପ୍ରଶାସନ ସହାୟତାରେ ଆଜି ଏହି ବଜାରରେ ବୁଲଡୋଜର ଚଳାଇ ଉଚ୍ଛେଦ କରିଛନ୍ତି । ଶତାଧିକ ଜବରଦଖଲରେ ଥିବା ଘର ଭାଙ୍ଗିଯାଇ ମାଟିରେ ମିଶାଯାଇଛି ।
(ରିପୋର୍ଟର - ବୈଷ୍ଣବ ରାଉଳ )