Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପୋଷା କୁକୁର ଘରେ ପଶିଯିବାରୁ ନାବାଳକକୁ ନିର୍ମମ ଭାବେ ମାଡ଼

Bureau report | 18 Jun 2025 | 6 min read | 8 views

ପାରାଦ୍ୱୀପ ( ପି.ଏନ. ଏସ ) : ପୋଷା କୁକୁର ଘରେ ପଶିଯିବାରୁ ଜଣେ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼। ଗଛରୁ ଡାଳ ଭାଙ୍ଗି ବାଡେଇଲେ ପରିବାର ଲୋକ। ମାଡ଼ରେ ନାବାଳକ ର ଦେହସାରା ନୋଳା ଫାଟି ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ପାରାଦ୍ଵୀପ ଅଭୟଚାନ୍ଦପୁର ଥାନା ଅଧିନ ରଙ୍ଗିଆଗଡର ରାମଚଣ୍ଡୀ ପଡ଼ାରେ। ଏ ସମ୍ପର୍କରେ ନାବାଳକର ମା ଅଭୟଚାନ୍ଦପୁର ଥାନା ରେ ଏତଲା ଦେଇଛନ୍ତି। ଅଭିଯୋଗ ମୁତାବକ ରଙ୍ଗିଆଗଡ ରେ ରହୁଥିବା କିନ୍ନର ରାଧା ସ୍ବାଇଁ ଙ୍କ ଏକ ପୋଷା କୁକୁର ସକାଳୁ ଫିଟି ଯାଇ ଗ୍ରାମର ଅରୁଣ ନାମକ ଜଣଙ୍କ ଘରେ ପଶିଯାଇଥିଲା। ରାଧାଙ୍କ ପାଳିତ ପୁତ୍ର ଅରୁଣଙ୍କ ଘରୁ କୁକୁର କୁ ଆଣିବା ସମୟରେ ଅରୁଣ ଓ ତାଙ୍କ ପରିବାର ନାବାଳକ କୁ ଗଛରୁ ଏକ ବାଡ଼ି ଭାଙ୍ଗି ନିର୍ମମ ଭାବରେ ପିଟିଥିଲେ । ଏଥିରେ ନାବାଳକ ଜଣଙ୍କ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କର ପିଠି, ଗୋଡ ଓ ହାତରେ ନୋଳା ଫାଟି ରକ୍ତ ବାହାରୁଥିବା ବେଳେ ଘଟଣାକୁ ନେଇ ଗ୍ରାମର ମୁଖିଆ ଙ୍କୁ ଜଣାଇବା ପରେ ସନ୍ଧ୍ୟାରେ ଘଟଣାର ସମାଧାନ ପାଇଁ ପ୍ରୟାସ କରାଯାଇଥିଲା । ମାତ୍ର ଅରୁଣ ଙ୍କ ପରିବାର ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଫଳରେ ରାଧା କିନ୍ନର ଅଭୟଚାନ୍ଦପୁର ଥାନା ର ଦ୍ବାରସ୍ଥ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଜଣେ ୮ ବର୍ଷର ଶିଶୁକୁ ଏଭଳି ଅମାନୁଷିକ ଭାବେ ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଧା ସ୍ବାଇଁ ଦାବୀ କରିଛନ୍ତି ।