Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ଜିପ୍ସମରେ ହେଉଛି ରାସ୍ତା କାମ ଲୋକେ ହେଉଛନ୍ତି ହନ୍ତସନ୍ତ ।

pragyansila bureau | 27 Nov 2025 | 14 min read | 10 views

ପାରାଦ୍ୱୀପ ( ପି.ଏନ. ଏସ ) : ପର୍ବ ଆସିଲେ ପାରିବା ପଣିଆ ଦେଖେଇଥାନ୍ତି ବିଭାଗୀୟ କର୍ତ୍ତୃପକ୍ଷ। ମୁଣ୍ଡ ପରେ ମୁଣ୍ଡ ଗଡିଗଲେ ମଧ୍ୟ ଏମାନଙ୍କର ଚିନ୍ତା ନଥାଏ । କେବଳ ଜାନିଯାତ୍ରା କିମ୍ବା କୌଣସି ପର୍ବ ଆସିଲେ ଏଠି ରାସ୍ତା ସଜଡା ହୁଏ I ଯାହା ଏବେ ଦେଖିବାକୁ ମିଳିଛି ବନ୍ଦର ନଗରୀ ପାରାଦ୍ଵୀପ କୁ ସଂଯୋଗ କରୁଥିବା ଅଠରବାଙ୍କି ଠାରୁ ଦୋଛକି ପର୍ଯ୍ୟନ୍ତ ମାତ୍ର ୪ ରୁ ୫ କିଲୋମିଟର ରାଜ୍ୟ ରାଜପଥରେ ।

ଏହା ହେଉଛି ସର୍ବ ଭାରତୀୟ ସ୍ତରରେ ଏକ ନମ୍ବର ପୋର୍ଟ ର ସ୍ଥାନ ଅଳଙ୍କୃତ କରିଥିବା ପାରାଦ୍ଵୀପ ବନ୍ଦରକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା । ରାଜ୍ୟ ରାଜପଥର ମାନ୍ୟତା ପାଇଛି ସତ କିନ୍ତୁ ଏହା ଏବେ ମଣିଷ ଖିଆ ରାସ୍ତାରେ ପରିଣତ ହୋଇଛି । ପ୍ରତିଦିନ ଏଠି ଘଟେ ଦୂର୍ଘଟଣା ଆଉ ପ୍ରତିଦିନ ଏହି ରାସ୍ତାରେ ପଡେ ରକ୍ତର ଛିଟା । ବାଣିଜ୍ୟ ନଗରୀ ପାରାଦ୍ଵୀପ କୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟି ଆସନ୍ତି ହଜାର ହଜାର ସଂଖ୍ୟାରେ ବିଭିନ୍ନ ପଣ୍ୟବାହି ଟ୍ରକ । ଦିନ ରାତି ଏଠି ଚାଲେ ଖଣିଜ ପଦାର୍ଥ ଓ ବିଭିନ୍ନ ଜିନିଷ ପତ୍ରର ନବା ଆଣିବା । ଏଥି ନିମନ୍ତେ ନିୟୋଜିତ ଟ୍ରକ ଗୁଡିକର ଧିରେ ଧିରେ ସଂଖ୍ୟା ବୃଦ୍ଧି ଘଟିଥିବାରୁ ଉପୁଜୁଛି ଅନେକ ସମସ୍ୟା । କେଉଁଠି ରାସ୍ତା ଜାମ ତ ଆଉ କେଉଁଠି ରାସ୍ତାରେ ଦୁର୍ଘଟଣା । ଜଗତସିଂହପୁର ଜିଲ୍ଲାପାଳ ଅଠରବାଙ୍କି ଠାରୁ ଜିରୋ ପଏଣ୍ଟ ଓ ତୈଳ ବିଶୋଧନାଗାର ଠାରୁ ଟର୍ମିନାଲ ଛକ ପଯ୍ୟନ୍ତ କରିଛନ୍ତି ନୋ ପାର୍କିଂ ଜୋନର ଘୋଷଣା । ମାତ୍ର ସବୁ ନିୟମକୁ ଫୁ କରିଦେଇଛନ୍ତି ଟ୍ରକ ଚାଳକ। ଫଳରେ ରାସ୍ତାରେ ଦୁଇକଡରେ ବେଆଇନ ପାର୍କିଙ୍ଗ ଓ ଶହ ଶହ ଖାଲ ଯୋଗୁଁ ରାସ୍ତା ସଙ୍କୁଚିତ ହେଉଥିବା ଦେଖାଯାଉଛି । ଫଳରେ ଧୂଳି ଧୂସର ଯୋଗୁଁ ସାଧାରଣ ପଥଚାରୀ ଟିଏ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |



ପ୍ରତିଦିନ ପାଖାପାଖି ୧୨ ହଜାର ରୁ ଉର୍ଦ୍ଧ୍ୱ ଟ୍ରକ ବନ୍ଦର କୁ ପଣ୍ୟ କାରବାର କରିବା ପାଇଁ ଯିବା ଆସିବା କରୁଥିବା ବେଳେ ଦୋଛକି ଠାରୁ ଅଠରବାଙ୍କି ପଯ୍ୟନ୍ତ ରହିଛି ଶହ ଶହ ଖାଲ। ପ୍ରତି ସଭା ସମିତି, ପ୍ରଶାସନିକ ବୈଠକ ଆଉ ନିର୍ବାଚନରେ ସ୍ଥାନୀୟ ଲୋକେ ଉଠାଇଥାନ୍ତି ଏହି ରାସ୍ତା ମରାମତି ର ଦାବି । ହେଲେ ଏହା କେବଳ ମନେପଡେ ପାରାଦ୍ଵୀପ ରେ କୌଣସି ଏକ ପର୍ବ ପାଳନ ହେଲେ । ଏଠି ରାତି ଅଧିଆ ଚାଲେ ଖାଲଖମା ର ମରାମତି । ବର୍ତମାନ ଏଠାରେ ଚାଲିଛି ଜିପସମରେ ତିଆରି ରାଜରାସ୍ତା । ଠିକାଦାର ୮ ଲେନ୍ ବିଶିଷ୍ଟ ରାସ୍ତା ପାଇଁ ଜିପସମ ବ୍ୟବହାର କରୁଥିବା ବେଳେ ଏଥିରେ ଯେତିକି ଭାଗର ମାଟି ଓ ବାଲି ବ୍ୟବହାର କରିବା କଥା ତାହା କରୁନାହାନ୍ତି। ଫଳରେ ଗାଡ଼ି ଯିବା ଆସିବା ଯୋଗୁଁ ଜିପସମ ଉଡ଼ି ରାସ୍ତା କୁ ଅନ୍ଧାର କରିଦେଉଛି । ଫଳରେ ବାଇକ୍ ଆରୋହି ମାନେ ଦୂର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ଜିପସମ ଗୁଣ୍ଡ ଯୋଗୁଁ ବନ୍ଦର ନଗରୀ ରେ ଏବେ ଲୋକମାନେ ରୋଗାକ୍ରାନ୍ତ ହେବାରେ ଲାଗିଛନ୍ତି। ଜିପସମ ର ଧୂଳି ଉଡି ଏଠାରେ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି, ନା ଏଥିପ୍ରତି ଜିଲ୍ଲା ପ୍ରଶାସନର ନିଘା ଅଛି ନା ଜାତୀୟ ରାଜପଥ ବିଭାଗର ଚିନ୍ତା । ଯେତେବେଳେ ଦୂର୍ଘଟଣା ଘଟି ଜୀବନ ଚାଲିଯାଏ ସେତେବେଳେ ହୁଏ ରାସ୍ତାରୋକ ଆଉ ପ୍ରଶାସନ ପକ୍ଷରୁ ଦିଆଯାଏ ଅନେକ ପ୍ରତିଶୃତି । ମାତ୍ର ସେହି ସମୟ ସରିଲେ ଭୂଲିଯାଆନ୍ତି ରାସ୍ତାର ସେହି ଶୋଚନୀୟ ଅବସ୍ଥା କଥା । ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କଲେ କୁହନ୍ତି ଜାତୀୟ ରାଜପଥ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ ଯଦି ନିମ୍ନମାନର ହେଉଥାଏ ତେବେ ନିଶ୍ଚିନ୍ତ ରୂପେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଏବଂ ସାଂସଦ କହିଛନ୍ତି ।


ଜାତୀୟ ରାଜପଥ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, କିନ୍ତୁ ନିୟମକୁ ଖୋଲାଖୋଲି ଉଲଂଘନ କରି କେବଳ ଜିପସମ ପକାଇ ରାସ୍ତା କାମ କରି ସାଧାରଣ ଲୋକଙ୍କୁ ମରଣ ମୁହଁ କୁ ଠେଲିବା ପାଇଁ ଜାଲ ବସାଉଛି ଠିକାଦାର। ଉଚ୍ଚ କତୃପକ୍ଷ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବା ସହିତ ସଠିକ୍ ମେଟେରିଆଲ୍ସ ରେ କାର୍ଯ୍ୟ କରାଇବା ସହିତ ଉଡ଼ୁଥିବା ଧୂଳି କୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।