ମିଛ ଫୋନପେ ଦେଖାଇ ବୁଲାବିକାଳୀଙ୍କ ଠାରୁ ଟଙ୍କା ନେଇଗଲା ଯୁବକ ।
pragyansila bureau | 27 Nov 2025 | 6 min read | 9 views
ପାରାଦ୍ୱୀପ ( ପି.ଏନ. ଏସ ) : ନିଶା ପାଇଁ ଅଭିନଵ ଉପାୟରେ ଠକେଇ, ବୁଲାବିକାଳୀଙ୍କ ଠାରୁ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ, ଫୋନପେ ର ମିଛ ସ୍କ୍ରିନ ସର୍ଟ ଦେଖେଇ ନେଇଗଲେ ଟଙ୍କା, ନିଶା ସାମଗ୍ରୀ କିଣିବା ପାଇଁ ଏଭଳି କରିଥିବା ସୂଚନା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଫକୋ ଛକ ନିକଟ ଜଗନ୍ନାଥ କଲୋନୀ ବଜାରରେ । ଆଜି ସକାଳେ ଏହି ବଜାର ନିକଟରେ ଜଣେ ବୁଲା ବିକାଳୀ ନିଜର ସାମଗ୍ରୀ ବିକ୍ରି କରୁଥିବା ବେଳେ ଦୁଇ ଜଣ ଯୁବକ ଏକ ଗ୍ଲାମର ବାଇକ ଯୋଗେ ଆସି ବେପାରୀ ଜଣକ ଠାରୁ ଏକ ବେଡ଼ସିଟ କିଣିବା ସହିତ ନଗଦ ଟଙ୍କା ମାଗି ଫୋନପେ ରେ ପଠେଇବା ପାଇଁ କହିଥିଲେ । ବିକାଳୀ ଜଣକ ଟଙ୍କା ଦେବା ପରେ ଦୁଇ ଯୁବକ ମିଛ ଫୋନପେ ସ୍କ୍ରିନ ସର୍ଟ ଦେଖାଇ ସେଠାରୁ ଚମ୍ପଟ ମାରିଥିଲେ । ତେବେ ବିକାଳୀ ଏବଂ ସ୍ଥାନୀୟ ଲୋକେ ଉକ୍ତ ବାଇକ ପଛରେ ଗୋଡେଇ ଧରିବାକୁ ଚେଷ୍ଟା କରିଥିବା ବେଳେ ବାଇକ ରେ ବସିଥିବା ଯୁବକ ଜଣକ ଫେରାର ହୋଇଯିବା ରେ ସଫଳ ହୋଇଥିବା ବେଳେ ବାଇକ ଚାଳକ କୁ ସ୍ଥାନୀୟ ଲୋକେ କାବୁ କରିଥିଲେ । ଉକ୍ତ ବଜାରରେ ଏ ଘଟଣା ପ୍ରଥମ ହୋଇଥିଲେ ମଧ୍ୟ ପାରାଦ୍ୱୀପରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। । ତେବେ ବର୍ତ୍ତମାନ ପାରାଦ୍ୱୀପରେ ଧଳାଜହର ବେପାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯୁବପିଢ଼ି ନିଶା ସେବନ କରି ବିପଥଗାମୀ ହେଉଥିବା ବେଳେ ଟଙ୍କା ଅଭାବରୁ ଏଭଳି ଠକାମୀ କରୁଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ପ୍ରଶାସନ ଏଥିପ୍ରତି କଡା ନଜର ରଖିବା ସହ ଧଳାଜହର ବ୍ୟବସାୟ ହେଉଥିବା ସ୍ଥାନ ଗୁଡିକ ଉପରେ ଚଢ଼ାଉ କରିବା ପାଇଁ ସାଧାରଣଲୋକେ ଅନୁରୋଧ କରିଛନ୍ତି ।
