ଭୁତମୁଣ୍ଡାଇ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସାଇକେଲ ଆରୋହୀ ମୃତ
Bureau report | 11 Jun 2025 | 3 min read | 7 views
ଭୁତମୁଣ୍ଡାଇ ( ପି.ଏନ. ଏସ ) : ଭୂତମୁଣ୍ଡାଇ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସାଇକେଲ ଆରୋହୀ ଉପରେ ଚଢ଼ିଗଲା ବାଲି ବୋଝେଇ ହାଇୱା । ଘଟଣା ସ୍ଥଳରେ ସାଇକେଲ ଆରୋହୀ ମୃତ। ସୂଚନା ମୁତାବକ କଟକ ପାରାଦୀପ ରାସ୍ତା ର ଭୂତମୁଣ୍ଡାଇ ନିକଟରେ ବେଆଇନ ଗାଡ଼ି ପାର୍କିଂ ଯୋଗୁଁ ରାସ୍ତା ସଙ୍କୁଚିତ ହେବା ଫଳରେ ଜଣେ ସାଇକେଲ ଆରୋହୀ ଉପରେ ବାଲି ବୋଝେଇ ହାଇୱା ଗାଡ଼ି ଚଢ଼ିଯାଇଥିଲା। ଫଳରେ ଘଟଣା ସ୍ଥଳରେ ସାଇକେଲ ଆରୋହୀ ମୃତୁ ବରଣ କରିଥିଲେ। ତେବେ କିଛି ସମୟ ପାଇଁ ଉତ୍ୟକ୍ତ ଲୋକେ କ୍ଷତି ପୁରଣ ଦାବିରେ କଟକ ପାରାଦୀପ ରାସ୍ତା କୁ ଅବରୋଧ କରିବା ଫଳରେ ରାସ୍ତା ଜାମ ହୋଇଥିଲା। ତେବେ ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।
