ଇଫକୋ ୟୁନିଟ ପାରାଦ୍ୱୀପ ପକ୍ଷରୁ ୧୨ତମ ଇଣ୍ଟର ୟୁନିଟ କଲ୍ଚୁରାଲ ଫେଷ୍ଟିଭାଲ ଅନୁଷ୍ଠିତ
pragyansila bureau | 09 Jun 2025 | 5 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ଇଫକୋ ପରିବାର ପକ୍ଷରୁ ୧୨ ତମ ଇଣ୍ଟର ୟୁନିଟ୍ କଲ୍ଚରାଲ ଫେଷ୍ଟିଭାଲ ପାରାଦ୍ଵୀପ ଇଫକୋ କାରଖାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତର ବିଭିନ୍ନ ସ୍ଥାନରେ ଥିବା ୫ ୟୁନିଟ ଓ ବ୍ୟବସାୟୀକ ୟୁନିଟ୍ କୁ ନେଇ ୬ ଦିନ ଏହି କଲ୍ଚରାଲ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥିଲା। ଏହି ୬ ଦିନର ବିଜେତା ଙ୍କୁ ନେଇ ରବିବାର ଫାଇନାଲ କଲ୍ଚରାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ରେ ଇଫକୋ କମ୍ପାନୀ ର ଏମ୍ ଡି ତଥା ସିଇଓ ଉଦୟ ଶଙ୍କର ଅଗସ୍ତି ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଇଫକୋ ଏକ ପରିବାର ଭଳି ସବୁବେଳେ କାର୍ଯ୍ୟ କରିଆସିଛି, କେବଳ ମେସିନ୍ କାର୍ଯ୍ୟ କୁ ଇଫକୋ ପ୍ରାଧାନ୍ୟ ଦିଏ ନାହିଁ। ଏହାର କର୍ମଚାରୀ ଓ କର୍ମଚାରୀଙ୍କ ପରିବାର କୁ ମଧ୍ୟ ନିଜର ପରିବାର ବୋଲି ବିବେଚନା କରାଯାଏ। ତେଣୁ ସେମାନଙ୍କୁ ଆମର ଭାରତର ବିଭିନ୍ନ କଳା ଓ ସଂସ୍କୃତି ଭିତରେ ଜଡିତ ରଖିବା ପାଇଁଁ ଇଫକୋ ଗତ ୧୨ ବର୍ଷ ହେଲା ପ୍ରୟାସ ଆରମ୍ଭ କରିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁଁ ପାରାଦ୍ଵୀପ ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ଏହା ଉଚ୍ଚ କୋଟୀର ହୋଇଛି ବୋଲି ଏମ୍ ଡି ଉଦୟ ଶଙ୍କର ଅଗସ୍ତି ପ୍ରକାଶ କରିଛନ୍ତି। ପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
