Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଭାରତୀୟ ହକିର ଗୌରବାନ୍ୱିତ ୧୦୦ ବର୍ଷ ପାଳନ ।

Alok Kumar Mohapatra | 07 Nov 2025 | 5 min read | 3 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଭାରତୀୟ ହକିର ଗୌରବାନ୍ୱିତ ୧୦୦ ବର୍ଷ ଗୋପବନ୍ଧୁ କ୍ରୀଡା ସଂସଦ ଆନୁକୂଲ୍ୟରେ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଶୁକ୍ରବାର ଦିନ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଦଳଗତ କାର୍ଯ୍ୟ, କ୍ରୀଡାପ୍ରେମ ଏବଂ ଗର୍ବର ମନୋଭାବକୁ ପ୍ରତିଫଳିତ କରିଥିଲା । ପାରାଦ୍ଵୀପ ବନ୍ଦର ଦଳ ଏବଂ ଛତ୍ରପୁର ଦଳ ମଧ୍ୟରେ ଏକ ରୋମାଞ୍ଚକର ହକି ମ୍ୟାଚ୍ ମୁଖ୍ୟ ଆକର୍ଷଣ ଥିଲା, ଯେଉଁଠାରେ ପାରାଦ୍ଵୀପ ବନ୍ଦର ଦଳ ୩-୧ ଗୋଲରେ ବିଜୟୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଏବଂ ମୁଖ୍ୟ ଯନ୍ତ୍ରୀ ହିମାଂସୁ ଶେଖର ରାଉତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
ଏହି ଅବସରରେ ଭାରତୀୟ ହକିରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଲିମ୍ପିଆନ୍ ଏବଂ ଆନ୍ତର୍ଜାତୀୟ ଖେଳାଳି ମିସ୍ ନମିତା ଟପ୍ପୋ ଏବଂ ଜାତୀୟ ଖେଳାଳି ମିସ୍ ରଶ୍ମିତା ମିଞ୍ଜଙ୍କୁ ପ୍ରତ୍ୟେକଙ୍କୁ ୨୫ ହଜାର ପୁରସ୍କାର,ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀଙ୍କୁ ୧୧ ହଜାର ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବନ୍ଦରାଧ୍ୟକ୍ଷ ଶ୍ରୀ ହରନାଦ ପାରାଦ୍ଵୀପ ବନ୍ଦରରେ ଏକ ନୂତନ ହକି ଷ୍ଟାଡିୟମ ପ୍ରତିଷ୍ଠା ଘୋଷଣା କରିଥିଲେ, ଯାହା କ୍ରୀଡ଼ାକୁ ପ୍ରୋତ୍ସାହନ ଏବଂ ଯୁବ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ବନ୍ଦରର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲା ।