ସାଇବର ସୁରକ୍ଷା ସଚେତନତା ଶିବିର ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ।
pragyansila bureau | 07 Nov 2025 | 6 min read | 3 views
ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାଇବର ସୁରକ୍ଷା ସଚେତନତା ଶିବିର ଓ ପଥପ୍ରାନ୍ତ ନାଟକ ଦୁଃଖିରାମ କଳାବିକାଶ କେନ୍ଦ୍ର ର କଳାକାର ମାନଙ୍କ ଦ୍ୱରା ଅନୁଷ୍ଠିତ ହୋଇଯାଇଛି l ସୂଚନା ମୁତାବକ ଆଜି ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନାଉଗାଁ ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ ଙ୍କ ତତ୍ତ୍ୱବାଧାନରେ ଆଜି ଏହି ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଶିବିର ରେ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ସେଠି ଙ୍କ ଉପସ୍ଥିତ ରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନେ ଏହି ସାଇବର ସୁରକ୍ଷା ସମ୍ପର୍କ ରେ ବିଭିନ୍ନ ସଚେତନତା ବାର୍ତ୍ତା ଏହି ପଥ ପ୍ରାନ୍ତ ନାଟକ ସାଇବର ସଂହିତା ମାଧ୍ୟମରେ ଦେଖିବାକୁ ପାଇଥିଲେ l ଅପର ପକ୍ଷେ ଏହି ଶିବିର ରେ ଥାନା ଅଧିକାରୀ ଶ୍ରୀ କାନୁନଗୋ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ସାଇବର ସୁରକ୍ଷା ସମ୍ପର୍କ ରେ ବିଭିନ୍ନ ସଚେତନତା ବାର୍ତ୍ତା ଦେବା ସହିତ ନିଜ ପରିବାର ଲୋକ ମାନଙ୍କୁ ସଚେତନତା କରାଇବାକୁ ପରାମର୍ଶ ଦେଇଥିଲେ l ଅପରପକ୍ଷ ଏହି ସାଇବର ସଚେତନତା କାର୍ଯ୍ୟକ୍ରମ ଓ ପଥପ୍ରାନ୍ତ ନାଟକ ନାଉଗାଁ ଥାନା ଅଞ୍ଚଳ ର ଗଙ୍ଗଦା,ଗଜରାଜ ପୁର, ଶିଖର ବାଲିଯାତ୍ରା ପଡିଆ ଓ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ର ଜଣାଯାଇଛି lସାଇବର ସୁରକ୍ଷା ସଚେତନତା ଶିବିର ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିବା ଦେଖାଯାଇଛି ।
