ଭୟାବହ ଅଗ୍ନିକାଣ୍ଡ ରେ ଦଶ ବଖରା ଘର ପୋଡି ପାଉଁଶ ।
pragyansila bureau | 07 Nov 2025 | 5 min read | 2 views
ନାଉଗାଁ ( ପି.ଏନ. ଏସ ) : ଆଖି ସାମ୍ନା ରେ ହୁତୁହୋଇ ଜଳିଗଲା ୧୦ ବଖରା ବାସ ଗୃହ, ବାସହରା ହେଲେ ତିନି ପରିବାର l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳ ର ଘୋଡ଼ାଂଶ ପଞ୍ଚାୟତ ର ହରିଶପୁର ଗ୍ରାମରେ, ଏହି ଗ୍ରାମର ଶିବ ପ୍ରସାଦ ରାଉଳ, ପ୍ରଶାନ୍ତ ରାଉଳ ଓ ଗଦାଧର ରାଉଳ ଙ୍କ ଘରେ କୌଣସି କାରଣ ରୁ ଅଗ୍ନିକାଣ୍ଡ ଘଟିଥିଲା, ତେବେ ନିଆଁ ଜଳୁ ଥିବା ର ଦେଖି ପରିବାର ଲୋକ ଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଵା ସହିତ ନାଉଗାଁ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ l ଘଟଣା ସ୍ଥଳରେ ନାଉଗାଁ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ୯୦ ପ୍ରତିଶତ ଘର ପୋଡି ପାଉଁଶ ହୋଇଯାଇଛି l ଖବର ପାଇଁ ଆରାଇ ଏବଂ ନାଉଗାଁ ବିଡ଼ିଓ ନିରଞ୍ଜନ ପରିଡା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବାବେଳେ, ତିନି ପରିବାର ଚାଷ ଉପରେ ନିର୍ଭରଶୀଳ । ସେମାନଙ୍କର ସମସ୍ତ ସାମଗ୍ରୀ, ଆସବାବପତ୍ର, ଓ ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସି ଦାବୀ କରିଛନ୍ତି |
