ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଏଏମ୍/ଏନଏସ୍ ଇଣ୍ଡିଆ ପକ୍ଷରୁ 'ଦକ୍ଷ ଏକାଡେମୀ' ପ୍ରତିଷ୍ଠା
Alok Kumar Mohapatra | 06 Nov 2025 | 12 min read | 3 views
ପାରାଦ୍ୱୀପ ( ପି.ଏନ. ଏସ ) : ଯୁବପିଢ଼ିମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ), ଗୁରୁକୁଳ ଫାଉଣ୍ଡେସନର ସହଯୋଗରେ ଜଗତସିଂହପୁର ଜିଲ୍ଲାର ପାରାଦ୍ଵୀପଗଡ଼ ଠାରେ ଏକ 'ଦକ୍ଷ ଏକାଡେମୀ' ପ୍ରତିଷ୍ଠା କରିଛି । ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ଏହି ପ୍ରଶିକ୍ଷଣ କେନ୍ଦ୍ର ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଉଦଘାଟନ କରାଯାଇଛି । ଆଇଏଏସ୍, ଓଏଏସ୍, ବ୍ୟାଙ୍କିଙ୍ଗ୍, ରେଳବାଇ, ପ୍ରତିରକ୍ଷା, ଓଏସଏସସି, ଓଏସଏସଏସସି, ଓପିଏସସି, କ୍ଲର୍କ, ଶିକ୍ଷକ, ସଚିବାଳୟ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନଙ୍କୁ ମାଗଣାରେ ଉଚ୍ଚମାନର କୋଚିଂ ପ୍ରଦାନ କରିବା ଏଏମ୍ / ଏନ୍ଏସ୍ ଇଣ୍ଡିଆର ପ୍ରମୁଖ ସିଏସ୍ଆର୍ ପଦକ୍ଷେପ "ଦକ୍ଷ" ଅଧୀନରେ ପ୍ରତିଷ୍ଠିତ ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ । ସ୍ମାର୍ଟ ଶ୍ରେଣୀଗୃହ, କ୍ୟାରିୟର କାଉନସେଲିଂ, ଡିଜିଟାଲ୍ ଲାଇବ୍ରେରୀ, ୱାଇ-ଫାଇ ସହିତ କମ୍ପ୍ୟୁଟର ଲ୍ୟାବ୍ ଏବଂ ଅଭିଜ୍ଞ ଅଧ୍ୟାପକଙ୍କୁ ନେଇ ପ୍ରସ୍ତୁତ ଦକ୍ଷ ଏକାଡେମୀ ଛାତ୍ରଛାତ୍ରୀମାନଙ୍କୁ ରୋଜଗାରକ୍ଷମ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସଫ୍ଟ-ସ୍କିଲ୍ ପ୍ରଶିକ୍ଷଣ, ସାକ୍ଷାତକାର ନିମନ୍ତେ ପ୍ରସ୍ତୁତି ଏବଂ ବ୍ୟକ୍ତିତ୍ୱ ବିକାଶ ଅଧିବେଶନ ମଧ୍ୟ ଆୟୋଜନ କରିବ।
ଉଦଘାଟନୀ ଉତ୍ସବରେ ପାରାଦ୍ଵୀପଗଡ଼ର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ନୂଆଗଡ଼ର ସରପଞ୍ଚ ଦେବେନ୍ଦ୍ର ରାଉତ, ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନା, ଏଏମ/ଏନଏସ ଇଣ୍ଡିଆର ପାରାଦ୍ଵୀପ ପେଲେଟ ପ୍ଲାଣ୍ଟର ମୁଖ୍ୟ ୟୁଏସଆର ରାଜୁ, ଏଏମ/ଏନଏସ ଇଣ୍ଡିଆର ସିଏସ୍ଆର୍ ମୁଖ୍ୟ ଡକ୍ଟର ବିକାଶ ଯାଦଭେନ୍ଦୁ, ବରିଷ୍ଠ ଆଇନଜୀବୀ ସଞ୍ଜୟ ବେହେରା, ଗୁରୁକୁଳ ଏକାଡେମୀର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ସୁରଜ ମିଶ୍ର, ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପାରାଦ୍ଵୀପଗଡ଼ରେ ବହୁ ପ୍ରତିକ୍ଷିତ ଏଭଳି ଏକ ଏକାଡେମୀ ପ୍ରତିଷ୍ଠା ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆକୁ ପ୍ରଶଂସା କରିବା ସହ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ । ସରକାରୀ ସେବା ଓ ଅନ୍ୟାନ୍ୟ କ୍ଷେତ୍ରରେ ଏକ ସଫଳ ଭବିଷ୍ୟତ ଗଢିବା ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ସେ ସ୍ଥାନୀୟ ଯୁବପିଢ଼ିମାନଙ୍କୁ ଏହି ସୁଯୋଗର ସଦୁପଯୋଗ କରିବାକୁ ଏବଂ ଏକାଡେମୀରେ ବହୁ ସଂଖ୍ୟାରେ ନାମ ଲେଖାଇବାକୁ ପରାମର୍ଶ ଦେଇଥିଲେ l
ଏହି ଅବସରରେ ୟୁଏସ୍ଆର୍ ରାଜୁ କହିଛନ୍ତି, "ଏଏମ୍/ଏନ୍ଏସ୍ ଇଣ୍ଡିଆ ସର୍ବଦା ଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ ଦେଇଆସିଛି । ବିଭିନ୍ନ କ୍ୟାରିୟର ଭିତ୍ତିକ ପଦକ୍ଷେପ ମାଧ୍ୟମରେ, କମ୍ପାନୀ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍କର୍ଷତା ହାସଲ କରିବା ପାଇଁ ଆବଶ୍ୟକ ଜ୍ଞାନ ଏବଂ ଦକ୍ଷତା ସହିତ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛୁ । ଆଶାୟୀ ପ୍ରାର୍ଥୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ସେମାନଙ୍କ କ୍ୟାରିୟର ଗଢିବା ଦିଗରେ ଦକ୍ଷ ଏକାଡେମୀର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।“
ଏଏମ୍ / ଏନଏସ୍ ଇଣ୍ଡିଆ ସ୍ଥାନୀୟ ଯୁବପିଢ଼ିମାନଙ୍କ ମଧ୍ୟରେ ଏକାଡେମିକ୍ ଉତ୍କର୍ଷତା ବୃଦ୍ଧି କରିବାକୁ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ ।