ଆଉ ନାହାଁନ୍ତି ଓଡ଼ିଆ ଯାତ୍ରା ଜଗତର ଭେଟେରାନ ଅଭିନେତା ଦେବୀ ପ୍ରସାଦ ରଥ ।
Alok Kumar Mohapatra | 05 Nov 2025 | 5 min read | 3 views
ପାରାଦ୍ୱୀପ ( ପି.ଏନ. ଏସ ) : ଆଉ ନାହାଁନ୍ତି ଓଡ଼ିଆ ଯାତ୍ରା ଜଗତର ଭେଟେରାନ ଅଭିନେତା ଦେବୀ ପ୍ରସାଦ ରଥ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ଗତ କିଛିଦିନ ତଳେ ତାଙ୍କର ହାର୍ଟ ପ୍ରୋବ୍ଲେମ ବାହାରିଥିବା ବେଳେ, ଗତକାଲି ରାତିରେ ବୋଇତ ବନ୍ଦାଣ ପାଇଁ ଅନୁଷ୍ଠିତ ଡିଜେ ସାଉଣ୍ଡ ପ୍ରତିଯୋଗିତା ରେ ଅତ୍ୟଧିକ ସାଉଣ୍ଡ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଓ ପଡ଼ୋଶୀ ଅଭିଯୋଗ କରିଛନ୍ତି । ମାତ୍ର ୧୬ ବର୍ଷ ବୟସରୁ ତାରାପୁର ଅପେରା ରୁ ଅଭିନୟ ଜୀବନ ଆରମ୍ଭ କରିଥିବା ସ୍ବର୍ଗତ ଦେବୀ ରଥ ସମସ୍ତ ପ୍ରକାର ଅଭିନୟ ରେ ନିପୁଣ ଥିଲେ । ଏକାଧିକ ନାଟକରେ ଅଭିନୟ କରିବା ସହିତ ବହୁ ନାଟକ ର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ସିଏ ହିରୋ , ହିରୋଇନ୍, ଆଣ୍ଟି ହିରୋ, ଚରିତ୍ର ଅଭିନୟ ରେ ଦର୍ଶକ ଙ୍କୁ ମତୁଆଲା କରୁଥିଲେ । ତାଙ୍କର ବିୟୋଗରେ ପାରାଦ୍ଵୀପ ଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଭୋର ୫ ଟା ପାଖାପାଖି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କ ମୃତ ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତେବେ ଜିଲ୍ଲାରେ ଡିଜେ ସାଉଣ୍ଡ ବ୍ୟାନ୍ ଥିବା ବେଳେ ପାରାଦ୍ଵୀପ ଗଡ଼ ଗ୍ରାମରେ ଗୋଟିଏ ସ୍ଥାନରେ ଦୁଇ ରୁ ତିନୋଟି ଡିଜେ ଗାଡ଼ି ମଧ୍ୟରେ ସାଉଣ୍ଡ ପ୍ରତିଯୋଗିତା କୁ ପରିବାର ବିରୋଧ କରିଛନ୍ତି ।
