ପାରାଦ୍ୱୀପ ସମୁଦ୍ରରେ ଗାଧୋଇଲା ବେଳେ ବୁଡିଗଲେ କଲେଜ ଛାତ୍ର
Bureau report | 09 Jun 2025 | 5 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ଇଦ୍ ପାଳିବା ପାଇଁ ଆସିଥିଲେ ପାରାଦ୍ଵୀପ, ୭ ଜଣ ସାଙ୍ଗ ସମୁଦ୍ରର ଲହଡି ରେ ମଜା ମସ୍ତି କରୁଥିଲେ। ହଠାତ୍ ଆସିଲା ଏକ ବଡ଼ ଲହଡ଼ି ଏବଂ ଜଣେ ଛାତ୍ର କୁ ଟାଣି ନେଲା। ନିଜ ଆଖି ସାମ୍ନାରେ ସାଙ୍ଗ ଭାସି ଯାଉଥିଲେ ମଧ୍ୟ କେହି କିଛି କରିପାରିଲେ ନାହିଁ।ସମୁଦ୍ରରେ ଗାଧୋଇବା ହେଲା କାଳ, ପାରାଦ୍ଵୀପ ବାଲିଯାତ୍ରା ପଡ଼ିଆ ନିକଟସ୍ଥ ସମୁଦ୍ର ରେ ଘଟିଛି ଏଭଳି ଘଟଣା। ୭ ଜଣ ଛାତ୍ର ଗାଧୋଇବା ବେଳେ ଜଣେ ଭାସିଯାଇ ନିଖୋଜ ହୋଇଛନ୍ତି। ସେମାନେ କେନ୍ଦ୍ରାପଡା ସ୍ବୟଂ ଶାସିତ କଲେଜ ର ଛାତ୍ର ବୋଲି ସୂଚନା ମିଳିଛି। ପାରାଦ୍ଵୀପ ବନ୍ଦର ସିଆଇଏସଏଫ ଓ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ନିଖୋଜ ଯୁବକ ଙ୍କ କୈାଣସି ସନ୍ଧାନ ମିଳିନାହିଁ। ନିଖୋଜ ଯୁବକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ଜୟପୁରା ଗ୍ରାମର ସେକ୍ ଅମନ୍ ଉଲ୍ଲା। ପରିବାର କୁ ଖବର ଦିଆଯାଇଥିବା ବେଳେ, ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି। ତେବେ ପାରାଦ୍ଵୀପ ସମୁଦ୍ର କୂଳରେ ଗାଧୋଇବା ପାଇଁ ସବୁବେଳେ ବାରଣ କରାଯାଇଥାଏ ଏବଂ ଏଥିପାଇଁ ବିଭିନ୍ନ ସ୍ଥାନରେ ବୋର୍ଡ ମଧ୍ୟ ମରାଯାଇଛି । କାରଣ ଏଠାରେ ସମୁଦ୍ର ଅଧିକ ଗଭୀର ଥିବାବେଳେ ଅଧିକ କରେଣ୍ଟ ରହିଥାଏ । ମାତ୍ର ଏହାକୁ କେହି ମାନୁ ନଥିବାରୁ ବାରମ୍ବାର ଏହିଭଳି ଅଘଟଣ ଘଟୁଛି।
