ମୁଖ୍ୟମନ୍ତ୍ରୀ ଙ୍କ ପାରାଦ୍ଵୀପ ଗସ୍ତ ପୂର୍ବରୁ ପୋଲିସ ର ସାଇବର ଅପରାଧ ସଚେତନତା ଅଭିଯାନ ।
Alok Kumar Mohapatra | 03 Nov 2025 | 5 min read | 4 views
ପାରାଦ୍ୱୀପ ( ପି.ଏନ. ଏସ ) : କଳିଙ୍ଗ ବାଲିଯାତ୍ରା ମହୋତ୍ସବ ର ଉଦଘାଟନ ନିମନ୍ତେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ପାରାଦୀପ ଗସ୍ତରେ ଆସୁଛନ୍ତି l ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ସହ ସାଇବର ଅପରାଧ ସଚେତନତା ଅଭିଯାନ ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ସଦନ ପରିସରରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୋଲିସ ଡିଆଇଜି ସତ୍ୟଜିତ ନାୟକ ଯୋଗଦେଇ ସାଇବର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୋଲିସ ଡିଆଇଜିଙ୍କ ସମେତ ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲ, ଆରକ୍ଷୀ ଅଧିକ୍ଷକ (ଏସପି) ଅଙ୍କିତ ବର୍ମା ପ୍ରମୁଖ ଯୋଗଦେଇ ଆଇନ ପରିସ୍ଥିତି ସମୀକ୍ଷା କରି ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ସାଧାରଣରେ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ମାନେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ପାରାଦ୍ଵୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ଓ ଆଦର୍ଶ ଥାନା ଅଧିକାରୀ କାବୁଲି ବାରିକ ସଫଳତାର ସହ ପରିଚାଳନା କରିଥିଲେ l
