ଆଉ ଦିନକ ପରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବର ଉଦଘାଟନ ।
Alok Kumar Mohapatra | 02 Nov 2025 | 7 min read | 4 views
ପାରାଦ୍ୱୀପ ( ପି.ଏନ. ଏସ ) : ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ସନ୍ଧ୍ୟାରେ କଳିଙ୍ଗ ବାଲିଯାତ୍ରା ଶୁଭାରମ୍ଭକୁ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ତଥା କଳିଙ୍ଗ ବାଲିଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ଉଦଘାଟନୀ ସମାରୋହରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବାଲିଯାତ୍ରା ମହୋତ୍ସବର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି l ଚଳିତ ବର୍ଷ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ପାରାଦୀପ ର ବିଭିନ୍ନ ଶିଳ୍ପାନୁଷ୍ଠାନ ସେମାନଙ୍କର ପ୍ରଦର୍ଶନୀ ଷ୍ଟଲ ମାନ ସ୍ଥାପନ କରିଛନ୍ତି l ଏବଂ ବିଭିନ୍ନ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର ନାମୀ ଦାମୀ କଣ୍ଠଶିଳ୍ପୀ ଓ କଳାକାର ମାନେ ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ l ଏଥର କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ନେଇ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟି ଉପାଧ୍ୟକ୍ଷ ନିରଞ୍ଜନ ବେହେରା ଙ୍କ ଠାରୁ ସୂଚନା ମିଳିଛି l
ସେହିପରି, ବାଲିଯାତ୍ରା ମହୋତ୍ସବ ଉଦଘାଟନୀ ପରେ ମୁଖ୍ୟମନ୍ତ୍ରୀ ପାରାଦ୍ଵୀପ ରେ ରାତ୍ରିଯାପନ କରି ଏହା ପରଦିନ ନଭେମ୍ବର ୫ ତାରିଖ ସକାଳେ ପାରାଦ୍ଵୀପ ବନ୍ଦର ୱେଟବେସିନ ଠାରେ ବୋଇତ ବନ୍ଦାଣ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେବେ l ମୁଖ୍ୟମନ୍ତ୍ରୀଙ୍କ ଆଗମନ ପାଇଁ ପାରାଦ୍ଵୀପ ବନ୍ଦର ପକ୍ଷରୁ ରାସ୍ତା ମରାମତି, ବିଭିନ୍ନ ଛକ ପାର୍ଶ୍ୱ ପାଚେରୀ ଓ ଫୁଟପାଥ ର ରଙ୍ଗମରା କାର୍ଯ୍ୟ ଓ ଦିଭାଇଡରରେ ଜାଲି ଲଗା ଏବଂ ଆକର୍ଷଣୀୟ ବୃକ୍ଷରୋପଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଛି l ଏବଂ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋର ରେ ବନ୍ଦର ପ୍ରଶାସନ ପକ୍ଷରୁ ଚାଲିଥିବା ଦେଖିବାକୁ ମିଳିଛି l