ଲୁହା ଶିକୁଳିରେ ବନ୍ଧା ପଡିଛି ବଢିଲା ଝିଅର ସ୍ବପ୍ନ
Bureau report | 01 Nov 2025 | 16 min read | 4 views
ପାରାଦ୍ୱୀପ ( ପି.ଏନ. ଏସ ) : ଦେହରେ ଫଟା କପଡ଼ା, ଗୋଡ଼ରେ ପଡିଛି ଲୁହାର ବେଡ଼ି । ଯେଉଁ ଝିଅ ଦିନେ ପାଠ ପଢି ପରିବାର ର ବୋଝ ମୁଣ୍ଡାଇବା ପାଇଁ ଅଣ୍ଟା ଭିଡୁଥିଲା , ଆଜି ସିଏ ହୋଇପଡିଛି ପରିବାର ପାଇଁ ବୋଝ । ବାପା ଙ୍କ ମୃତ୍ୟୁ ପରେ ଚାଳ ଛପର ଘରେ ଦରିଦ୍ରତା କୁ ନେଇ ବଞ୍ଚିବାକୁ ସଂଗ୍ରାମ କରୁଛନ୍ତି ପରିବାର । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବନ୍ଦର ନଗରୀ ପାରାଦ୍ଵୀପ ର ନୂଆ ବଜାର ବସ୍ତି ଅଞ୍ଚଳରେ । ଲୁହା ଶିକୁଳି ବନ୍ଧା ପଡ଼ିଛି ବଢିଲା ଝିଅର ସ୍ବପ୍ନ |
ପାରାଦୀପ ନୂଆବଜାର ୧୪ ନମ୍ବର ୱାର୍ଡର ସଂଜୟ ଗାନ୍ଧି ବସ୍ତି ରେ ରହୁଛନ୍ତି ନଳିନୀ ସ୍ବାଇଁ ଓ ତାଙ୍କ
ପରିବାର । ଦିନ ଥିଲା ହସଖୁସିରେ ଫାଟିପଡୁଥିଲା ନଳିନୀଙ୍କ ସଂସାର । ଗୋଟିଏ ଛୋଟ ସାଇକେଲ ଦୋକାନ କରି ପ୍ରସନ୍ନ କୁମାର ସ୍ବାଇଁ ଛଅ ପ୍ରାଣୀଙ୍କ ମୁହଁରେ ଆହାର ଦେଇ ସଂସାର କୁ ଚଳେଇ ନେଉଥିଲେ । ମାତ୍ର ଆଜିକୁ ପ୍ରାୟ ବର୍ଷେ ହୋଇଯିବ ହଠାତ ହାଟ୍ଆଟାକ୍ ରେ ମୃତ୍ୟୁ ବରଣ କଲେ ପ୍ରସନ୍ନ । ସ୍ୱାମୀଙ୍କ ମୃତ୍ୟୁ ପରେ ସତେ ଯେପରି ନଳିନୀ ଙ୍କ ମୁଣ୍ଡ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ ଓ ଆଖି ଆଗରେ ଛାଇଗଲା ଦରିଦ୍ରତାର କଳା ବାଦଲ | ଏତିକି ସରିଲାନି ନଳିନୀଙ୍କ ଦୁଃଖ | ସ୍ୱାମୀ ଙ୍କ ମୃତ୍ୟୁର ମାତ୍ର ୭ ମାସ ପରେ ୨୦ ବର୍ଷୀୟା କଲେଜ ପଢୁଆ ଝିଅ ହଠାତ ମାନସିକ ବିକୃତ ହୋଇଗଲା । ଖୁସିରେ ଦୋଳି ଖେଳୁ ଖେଳୁ କଣ ହେଲା କେଜାଣି ମସ୍ତିଷ୍କ କାମ କରିବା ବନ୍ଦ କରିଦେଲା | ଖାଲି ଏଣୁତେଣୁ ଗପିବାକୁ ଲାଗିଲା । ଦେହରେ ବସ୍ତ୍ର ରଖିଲାନାହିଁ । ଘର ଦ୍ୱାର ଛାଡି ଖାଲି ବାହାରକୁ ଦଉଡିବାକୁ ଲାଗିଲା | ଝିଅର ଏଭଳି ଅବସ୍ଥା ଦେଖି ମା ନଳିନୀ ତାଙ୍କୁ କଟକ ମେଡିକାଲକୁ ନେଇଗଲେ, ପରୀକ୍ଷା, ନିରୀକ୍ଷା ପରେ ଝିଅର ଚିକିତ୍ସା ଆରମ୍ଭ ହେଲା । ମାତ୍ର ଝିଅ ଠାରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ଶେଷରେ ନଳିନୀ ବଢିଲା ଝିଅର ଏଭଳି ଅବସ୍ଥାକୁ ଦେଖି ଲୁହା ଶିକୁଳିରେ ଗୋଡକୁ ବାନ୍ଧି ଦେଲେ । ଯେପରି ଝିଅ ଆଉ ବାହାରକୁ ଯାଇପାରିବ ନାହିଁ କିମ୍ବା କୌଣସି ଅଘଟଣ ଘଟିବ ନାହିଁ | ତେବେ କୌଣସି ସାହାରା ନଥିବାରୁ ପରଘରେ କାମ କରି ଦିପଇସା ଆଣି ପାଞ୍ଚ ପ୍ରାଣିଙ୍କ ମୁହଁରେ ଦିମୁଠା ଦାନା ଦେବାକୁ ଚେଷ୍ଟା କରୁଛି ବୋଲି କୋହ ଭରା କଣ୍ଠରେ କୁହନ୍ତି ନଳିନୀ |
ବାପା ଜୀବିତ ଥିବା ବେଳେ ଝିଅ ଜ୍ୟୋସ୍ନା କଲେଜରେ ପାଠ ପଢ଼ୁଥିଲେ, ଭଲ ପାଠ ପଢୁଥିବାରୁ ଚାକିରୀ କରି ପରିବାର ର ଦାୟିତ୍ବ ନେବେ ଏବଂ ସାନ ଭାଇ ଭଉଣୀ ଙ୍କୁ ଭଲ ମଣିଷ କରିବେ ବୋଲି କହୁଥିଲେ । ହେଲେ ଭାଗ୍ୟ ର ବିଡମ୍ବନା ଗୋଟିଏ ବର୍ଷରେ ଓଲଟିଗଲା ସବୁକିଛି । ହଠାତ୍ ଜ୍ୟୋସ୍ନା ମାନସିକ ଭାରସାମ୍ୟ ହରାଇ ବସିଲେ । ଯିଏ ପରିବାର ର ଦାୟିତ୍ବ ନେବାକୁ ସ୍ବପ୍ନ ଦେଖୁଥିଲା, ଆଜି ସିଏ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି। ତାଙ୍କର ସେହି ସ୍ବପ୍ନ ଆଜି ବନ୍ଧା ପଡ଼ିଛି ଲୁହା ଶିକୁଳି ରେ । ସରକାରଙ୍କ ଅନେକ ଯୋଜନା ଅଛି, ମାତ୍ର ନଳିନୀ ଙ୍କ କ୍ଷେତ୍ରରେ ସବୁ ଯେପରି ସପ୍ନ । ନା ମାନସିକ ବିକୃତ ଝିଅକୁ ଭତ୍ତା ମିଳୁଛି ନା ନଳିନୀକୁ ବିଧବା ଭତ୍ତା । ଏଣେତେଣେ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେ ବି କେହି ତାଙ୍କ କଥା ଶୁଣୁ ନାହାନ୍ତି । ଅନ୍ୟପଟେ ଝିଅର ଏଭଳି ଅବସ୍ଥା ଦେଖି ସାହି ପଡିଶା କିଛି କିଛି ସାହାଯ୍ୟ କରୁଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ଝିଅ କେତେବେଳେ ବାଉଳି, ଚାଉଳି ହେଉଛି ତ ଆଉ କେତେବେଳେ ସବୁକିଛି ଜାଣିପାରୁଛି ଆଉ ସମସ୍ତଙ୍କୁ ଚିହ୍ନି ପାରୁଛି । ଯଦି ଉପଯୁକ୍ତ ଚିକିତ୍ସା ମିଳନ୍ତା ତେବେ ନିଶ୍ଚିନ୍ତ ଜ୍ୟୋତ୍ସ୍ନା ଭଲ ହୋଇପାରନ୍ତା ଆଉ ମା ର ସ୍ବପ୍ନକୁ ପୂରଣ କରିପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ଓ ସେଚ୍ଛାସେବୀ ପ୍ରକାଶ କରିଛନ୍ତି।
୨୦ ବର୍ଷ ବୟସରେ ଝିଅ ମାନସିକ ବିକୃତ । ଆଉ ତିନୋଟି ପୁଅ ଙ୍କୁ ପଢାଇ ମଣିଷ କରିବାକୁ ମା ନଳିନୀ ର ଇଛା । ତେବେ ସବୁ ପଛ କଥାକୁ ଭୁଲି ଦାରିଦ୍ରତା ମଧ୍ୟରେ ସଂଗ୍ରାମ ଜାରି ରଖିଛନ୍ତି ନଳିନୀ । ଯଦି ସରକାର ହୁଅନ୍ତୁ କିମ୍ବା କେହି ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢାନ୍ତେ, ତେବେ ଜ୍ୟୋସ୍ନା ଙ୍କ ଚିକିତ୍ସା ହୋଇପାରନ୍ତା ଏବଂ ପରିବାର ର ସ୍ବପ୍ନ ସାକାର ହୋଇପାରନ୍ତା।
ତେବେ ଯଦି କୌଣସି ସମାଜସେବୀ ସଂସ୍ଥା ହୁଅନ୍ତୁ କିମ୍ବା କେହି ସହୃଦୟ ବ୍ୟକ୍ତି ଏହି ପରିବାର କୁ ସହଯୋଗ କରିବାକୁ ଚାଁହୁଛନ୍ତି ତେବେ ଏହି ନମ୍ବର 7739642388 ରେ ଯୋଗାଯୋଗ କରିବା ସହିତ ଏହି ବ୍ୟାଙ୍କ ଆକାଉଣ୍ଟ ରେ ତାଙ୍କୁ ସହଯୋଗ କରିପାରିବେ |
ନାମ - ନଳିନୀ ସ୍ୱାଇଁ, ବ୍ୟାଙ୍କ ଅଫ ବରୋଦା, ପାରାଦ୍ୱୀପ
ଆକାଉଣ୍ଟ ନମ୍ବର - 26070100007930
IFSC-Code-BARB0ATHARB
ଏହି ଆକାଉଣ୍ଟ ନମ୍ବର ତାଙ୍କୁ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି |