ବିରଳ ଅଲିଭ ରିଡ଼େଲ କଇଁଛ ଙ୍କ ସୁରକ୍ଷା ପାଇଁ ୧ରୁ ମାଛ ଧରା ଉପରେ କଟକଣା ।
Alok Kumar Mohapatra | 01 Nov 2025 | 5 min read | 4 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ଅଲିଭରିଡ୍ଲେ କଇଁଛଙ୍କ ଅଣ୍ଡାଦେବା ଆଗମନକୁ ଦୃଷ୍ଟିରେ ରଖି ନଭେମ୍ବର ୧ ତାରିଖରୁ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି । ଏହି କଟକଣା ୨୦୨୬ ମେ' ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡା ଦେବା ପାଇଁ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ମାଳଦ୍ବୀପ, ଭିଏତନାମ, ଇଣ୍ଡୋନେସିଆ ଆଦି ଦେଶରୁ ସମୁଦ୍ର ପଥ ଦେଇ ଓଡିଶା ଉପକୂଳ କୁ ଆସିଥାନ୍ତି । ବିରଳ ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ସମୁଦ୍ରରେ ମାଛଧରା ଉପରେ ଏହି କଟକଣା ଜାରି କରାଯାଇଛି । କଇଁଛଙ୍କ ଏହି ଅଣ୍ଡାଦାନ ଋତୁରେ ଧାମରା ମୁହାଣରୁ ଗହୀରମଥା, ଦେବୀ ମୁହାଣ ଓ ଋଷିକୂଲ୍ୟା ମୁହାଣ ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ମାଛ ନ ଧରିବାକୁ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କଟକଣା ସମୟରେ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲର ସମୁଦ୍ର ମଧ୍ୟରେ କୂଳ ଠାରୁ ୨୦ କିମି ଭିତରେ ମାଛ ଧରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ଦ୍ୱାରା ପଞ୍ଜିକୃତ ସମସ୍ତ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲରକୁ ଏହି ସମୟ ମଧ୍ୟରେ ସମୁଦ୍ରରେ ମାଛ ଧରିବାକୁ ବାରଣ କରାଯାଇଛି ।
