Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ରାଷ୍ଟ୍ରୀୟ ଏକତା ଦିବସ ପାଇଁ ଗଙ୍ଗଦା ବଜାରରେ ଗଣଦୌଡ ଅନୁଷ୍ଠିତ

baishnaba charana roul | 31 Oct 2025 | 4 min read | 3 views

ନାଉଗାଁ ( ପି.ଏନ. ଏସ ) : ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ର ସୂତ୍ରଧର, ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଆଧୁନିକ ଭାରତର ନିର୍ମାତା ଭାରତ ରତ୍ନ, ଲୈହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ସାରା ଭାରତ ବର୍ଷରେ ଆଜି ରାଷ୍ରିୟ ଏକତା ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକ ୨ ନମ୍ବର ଜୋନର ଗଙ୍ଗଦା ସ୍ଥିତ ମଉଳା ଭଣଜା ମହାବିଦ୍ୟାଳୟ ନିକଟରୁ ବନ୍ଧମୁଣ୍ଡା ଜମୁନାସ୍ନାନ ପଯ୍ୟନ୍ତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ବିଶ୍ବାଳ ଙ୍କ ନେତୃତ୍ୱରେ ଏକତା ଦିବସ ପାଇଁ ଏକ ଗଣ ଦୈ।ଡ଼ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ନିଗମାନନ୍ଦ ପରୀଡା, ମନୋଜ ସ୍ବାଇଁ, ଧରଣୀଧର ଦଳେଇ, ଭିକାରୀ ସ୍ବାଇଁ, ବିଷ୍ଣୁ ବେହେରା, ପର୍ଶୁରାମ ଜେନା, ଭିମ ସେନ୍ ବିଶ୍ବାଳ, ଅକ୍ଷୟ କୁମାର ବିଶ୍ଵାଳ, ବାପି ବିଶ୍ବାଳ ଓ ରତ୍ନାକର ତରାଇ ସମେତ ଶତାଧିକ ଭାରତୀୟ ଜନତା ପାର୍ଟିର କର୍ମୀ ସାମିଲ ହୋଇଥିବା ଦେଖାଯାଇଛି।