ପାରାଦ୍ୱୀପ ଆଦର୍ଶ ପୋଲିସ ଓ ଜଟାଧାରୀ ସାମୁଦ୍ରିକ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
Alok Kumar Mohapatra | 31 Oct 2025 | 6 min read | 4 views
ପାରାଦ୍ୱୀପ ( ପି.ଏନ. ଏସ ) : ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇ ରନ ଫର ୟୁନିଟି ଗଣଦୌଡ଼ ଆୟୋଜିତ ହୋଇଥାଏ l ଚଳିତ ବର୍ଷ ସର୍ଦ୍ଦାର ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ସମଗ୍ର ଦେଶରେ ପାଳିତ ହେଉଥିବା ଅବସରରେ ପାରାଦୀପ ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଓ ଆମ ପୋଲିସ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ପାରାଦୀପ ଆଦର୍ଶ ଥାନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l ଆଦର୍ଶ ଥାନା ଅଧିକାରୀ କାବୁଲି ବାରିକ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ଯୋଗଦେଇ ସର୍ଦ୍ଦାର ପଟେଲ ଙ୍କ ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହ ପୋଲିସ ବିଭାଗ ପକ୍ଷରୁ ହେବାକୁ ଥିବା ରନ ଫର ୟୁନିଟି ଗଣ ଦୌଡ଼ ଏବଂ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଉପରେ ବିବରଣୀ ପ୍ରଦାନ କରିଥିଲେ l ସେହିପରି ଆଦର୍ଶ ଥାନା ଅଧିକାରୀ ଶ୍ରୀ ବାରିକ ପୋଲିସ କର୍ମଚାରୀ, ସାମ୍ବାଦିକ ତଥା ଦେଶବାସୀଙ୍କ ମଧ୍ୟରେ ଏକତା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ l
ସେହିପରି, ଜଟାଧାର ମୁହାଁଣ ସାମୁଦ୍ରିକ ଥାନା ଅଧିକାରିଣୀ କଲ୍ୟାଣୀମୟୀ ଷେଣ୍ଢ ଙ୍କ ତତ୍ୱାବଧାନରେ ରାଷ୍ଟ୍ରୀୟ ଏକତା ଦିବସ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ଙ୍କ ସମେତ ଆଦର୍ଶ ଥାନା ଅଧିକାରୀ କାବୁଲି ବାରିକ, ଜଟାଧାର ମୁହାଁଣ ଥାନା ଅଧିକାରିଣୀ କଲ୍ୟାଣମୟୀ ଷେଣ୍ଢ, ଆଦର୍ଶ ଥାନା ଅତିରିକ୍ତ ଅଧିକାରୀ ପ୍ରତାପ କୁମାର ଦାଶ ଓ ନିଶା ସେଠୀ ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l