Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପିଆଇସିଟି ବର୍ଥରେ କ୍ରେନ ତାର ଛିଣ୍ଡି ଖସିଲା ଲୁହା ପ୍ଲେଟ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

Bureau report | 31 May 2025 | 5 min read | 10 views

Paradeep ( ପି.ଏନ. ଏସ ) : ପାରାଦ୍ୱୀପ ବନ୍ଦର ପିଆଇସିଟି ବର୍ଥ ରେ ଏକ ଜାହାଜ ରେ ଲୁହା ପ୍ଲେଟ ଲୋଡିଂ ସମୟରେ ଘଟିଛି ଅଘଟଣ। ଲୋଡିଂ କ୍ରେନ୍ ର ତାର ଛିଡି ଯିବାରୁ ଲୁହା ପ୍ଲେଟ ତଳକୁ ଖସିପଡିଥିଲା। ସୈାଭାଗ୍ୟ ବସତଃ ଏହା ବର୍ଥ ଉପରେ ଛିଡି ଥିଲେ ମଧ୍ୟ ତଳେ ଥିବା ୨୫ ରୁ ଉର୍ଦ୍ଧ୍ୱ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଯଦି ଏହି ଲୁହା ପ୍ଲେଟ ଟି ଜାହାଜ ଉପରେ ଛିଡ଼ି ପଡିଥାନ୍ତା ତେବେ ଜାହାଜର ମଧ୍ୟ ପ୍ରଭୁତ କ୍ଷତି ହୋଇଥାନ୍ତା। ପାରାଦ୍ଵୀପ ବନ୍ଦର ର ପିଆଇସିଟି ବର୍ଥ ରେ ଏହିଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହାର କୈାଣସି ପ୍ରତିକାର କରାଯାଉନଥିବାରୁ ସାଧାରଣରେ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପିଆଇସିଟି କତ୍ତୃପକ୍ଷ କ୍ରେନ ଗୁଡ଼ିକର ସଠିକ ମରାମତି ଏବଂ ରକ୍ଷଣାବେକ୍ଷଣ କରୁନଥିବାରୁ ଏଭଳି ଅଘଟଣ ଘଟୁଛି । ସପ୍ତାହ କୁ ଥରେ ପ୍ରତ୍ୟେକ କ୍ରେନ କୁ ଗ୍ରିସିଂ କରାଯିବା ସହିତ କ୍ରେନ ର ତାର ଓ ପୁଲି ଗୁଡିକ। ଯାଞ୍ଚ୍ କରାଯିବା କଥା। ମାତ୍ର କମ୍ପାନୀ କତ୍ତୃପକ୍ଷ ଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଏହାର ରକ୍ଷଣାବେକ୍ଷଣ କରାନଯାଇ ଶ୍ରମିକ ମାନଙ୍କ ଜୀବନକୁ ବାଜି ଲଗାଉଛନ୍ତି ବୋଲି କିଛି ଶ୍ରମିକ ସୂଚନା ଦେଇଛନ୍ତି।