ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ।
baishnaba charana roul | 31 Oct 2025 | 6 min read | 4 views
ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା:୩୧/୧୦: ନାଉଗାଁ ବ୍ଳକ ଅଧିନ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ କ୍ରୀଡା ପ୍ରତି ଯୋଗିତା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତା ରେ ପ୍ରାଥମିକ, ଉପ୍ରାପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ମୋଟ ୨୦ ଟି ବିଦ୍ୟାଳୟ ର ୨୨୨ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ, ଏହି କ୍ରୀଡା ପ୍ରତିଯୋଗିତା କୁ ଅନୁଷ୍ଠାନିକ ଭାବେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସକ ତଥା ମୁଖ୍ୟ ଅତିଥି ଡ଼ଃ ଅନୁଭବ ଦାସ ଉଦ୍ଘାଟନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ଅଲଣା ହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ପର୍ଯ୍ୟବେକ୍ଷକ ଭାବେ ଚିତ୍ତରଞ୍ଜନ ଗୁରୁ ପ୍ରମୁଖ ଉପସ୍ଥିତ ରହିଥିଲେ l ତେବେ ଏହି କ୍ରୀଡା ପ୍ରତିଯୋଗିତା ରେ ବିଭିନ୍ନ ପ୍ରକାର ଖେଳ ଯେପରି, ୧୦୦,୨୦୦, ୪୦୦,୮୦୦, ୧୫୦୦ ଓ ୩୦୦୦ ମିଟର ଦୌଡ଼ା ପ୍ରତି ଯୋଗିତା, ସେହିପରି ଲଙ୍ଗଜମ୍ପ, ହାଇଜମ୍ପ, ତ୍ରିପଲ ଜମ୍ପ, ସଟଫୁଟ, ଡିସ୍କସ୍ ଥ୍ରୋ ଓ ଜାଭଲିଙ୍ଗି ପରି ବିଭିନ୍ନ କ୍ରୀଡା ପ୍ରତି ଯୋଗିତା କରାଯାଇ ଏଥିରେ ଭଲ ପଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଅନ୍ୟପଟେ ଏହି କ୍ରୀଡା ପ୍ରତିଯୋଗିତା କୁ ଶିକ୍ଷକ ବିନୋଦ କୁମାର ଖୁଣ୍ଟିଆ, ଅଜୟ କୁମାର ଭୋଇ, ପ୍ରତାପ କୁମାର ମିଶ୍ର, ଅଭିଜିତ ପରିଡା ଓ ଦେବୀ ପ୍ରସନ୍ନ ରାଉଳ ସୁଚାରୁ ରୂପେ ଏହାକୁ ପରିଚାଳନା କରିଥିଲେ l

