Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

କଳିଙ୍ଗ ବାଲିଯାତ୍ରା ପ୍ରସ୍ତୁତି ଜୋରଦାର : ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି l ପ୍ରଚାର ପ୍ରସାର ପାଇଁ ସାମ୍ବାଦିକ ସମ୍ମିଳନୀ

Alok Kumar Mohapatra | 30 Oct 2025 | 16 min read | 2 views

ପାରାଦ୍ୱୀପ ( ପି.ଏନ. ଏସ ) : କଳିଙ୍ଗ ବାଲିଯାତ୍ରା ୨୦୨୫ ଆସନ୍ତା ନଭେମ୍ବର ୪ ତାରିଖ ଠାରୁ ମହା ସମାରୋହରେ ପାଳନ ହେବାକୁ ଯାଉଛି। ଏ ନେଇ ବୁଧବାର ଦିନ ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଅଙ୍କିତ କୁମାର ବର୍ମା ସମୁଦ୍ର ବେଳାଭୂମି ସ୍ଥିତ ବିଜୁ ମୈଦାନ କଳିଙ୍ଗ ବାଲିଯାତ୍ରା ପଡ଼ିଆରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହିତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାର ଦ୍ଵିତୀୟ ପ୍ରସିଦ୍ଧ ଏହି କଳିଙ୍ଗ ବାଲିଯାତ୍ରାକୁ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବେ ଏବଂ ଉଦଯାପନୀ ସମାରୋହରେ ମହାମହିମ ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।
ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ଯୁଗ୍ମ କମିଟି ବୈଠକରେ ଯୋଗଦେଇ ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ସମସ୍ୟା ବିଷୟରେ ଆଲେଚନା କରିଛନ୍ତି। ଏଥିରେ ଟ୍ରାଫିକ ସମସ୍ୟା ଦୂରୀକରଣ, ମହୋତ୍ସବ ପଡିଆରେ ୬୨ ରୁ ୭୦ ସିସିଟିଭି କ୍ୟାମେରା ବ୍ୟବସ୍ଥା ସହ ଏହାର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ଅସାମାଜିକଙ୍କ ଗତିବିଧି ଉପରେ ନଜର ରଖାଯିବ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୮ ରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଏସପି ଶ୍ରୀ ବର୍ମା ସୂଚନା ଦେଇଛନ୍ତ।
ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା ପରିଚାଳନା କମିଟି ଅଧ୍ୟକ୍ଷ ଜେ.ସୋନାଲ କହିଛନ୍ତି ଯେ ଚଳିତ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୂଖ୍ୟ ଅତିଥି ଭାବେ ମୂଖ୍ୟମନ୍ତ୍ରୀ ଆସୁଛନ୍ତି ଯାହା ଆମ ପାଇଁ ଗର୍ବ ଓ ଗୌରବ ର ବିଷୟ । ଓର୍ମାସ ପକ୍ଷରୁ ଷ୍ଟଲ, ପ୍ରେସ ଗ୍ୟାଲେରୀ ରେ ସାମ୍ୱାଦିକ ମାନେ କିଭଳି ସହଜ ରେ ବସି ଖବର ସଂଗ୍ରହ କରିପାରିବେ ସେ ବିଷୟରେ ଧ୍ୟାନ ଦିଆଯାଉଛି। ପିଇବା ପାଣି ଠାରୁ ଆରମ୍ଭ କରି ଶୌଚାଳୟ ଆଦି ସବୁ ପ୍ରକାର କାର୍ଯ୍ୟକ୍ରମ ସହଜ ଓ ସରଳ କରାଯାଉଛି। ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବାଲିଯାତ୍ରାରେ ଓଲିଉଡ, ବଲିଉଡ ର ଭଲ କଳାକାର ଯୋଗ ଦେଉଛନ୍ତି। ସମସ୍ତ ବିଷୟ ଦିନେ ଦୁଇ ଦିନ ମଧ୍ୟରେ ସମସ୍ତ ଙ୍କୁ ଜଣାଇ ଦିଆଯିବ । ସାଧାରଣ ଲୋକେ କିପରି ହଇରାଣ ନ ହେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଜାତୀୟ ରାଜପଥ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ ଜେ.ସୋନାଲ ସୂଚନା ଦେବା ସହ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ୩ ତାରିଖ ପୂର୍ବରୁ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା କାର୍ଯ୍ୟକ୍ରମରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସମ୍ବିତ ରାଉତ,ପାରାଦୀପ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ଙ୍କ ସମେତ ଆଦର୍ଶ ଥାନା ଅଧକାରୀ କାବୁଲି ବାରିକ, ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ଅଧିକାରୀଣି କଲ୍ୟାଣୀମୟୀ ଷଣ୍ଢ ଏବଂ ବାଲିଯାତ୍ରା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ସେହିପରି କଳିଙ୍ଗ ମହୋତ୍ସବ ର ପ୍ରଚାର ପ୍ରସାର ବ୍ୟାପକ କରିବା ପାଇଁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସଭା ଗୃହରେ ଗୁରୁବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା l ଅତିରିକ୍ତ ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଆଦର୍ଶ ଥାନା ଅଧିକାରୀ କାବୁଲି ବାରିକ ଓ ଜଗତସିଂହପୁର ଜିଲ୍ଲା ଲୋକସମର୍କ ଅଧିକାରିଣୀ ପ୍ରତୀଚୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମହୋତ୍ସବର ପ୍ରଚାର ପ୍ରସାର ଓ ସଫଳତା ପାଇଁ ଆଲୋଚନା କରିଥିଲେ l ମହୋତ୍ସବରେ ଖବର ସଂଗ୍ରହ ସମୟରେ ସାମ୍ବାଦିକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଚଳିତ ବର୍ଷ ଏଥିପ୍ରତି ବ୍ୟାପକ ସୁବିଧାର ବ୍ୟବସ୍ଥା କରାଯାଇଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ପ୍ରଦାନ କରିଥିଲେ l ଚଳିତ ବାଲିଯାତ୍ରାରେ ଅଧିକ ଜନସମାଗମ କୁ ଦୃଷ୍ଟିରେ ରଖି ବିଶ୍ୱକର୍ମା ପୂଜା ପଡିଆ ଲେଙ୍କା ଛକ ଠାରୁ ପୁରୁଣା ରିକ୍ରେସନ କ୍ଲବ ପର୍ଯ୍ୟନ୍ତ କାର ପାର୍କିଙ୍ଗ ର ବ୍ୟବସ୍ଥା କରାଯାଇଥିବା ବେଳେ କଲେଜ ପଡିଆରେ ଅତିରିକ୍ତ ସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯାଇଥିବା ନେଇ ଏହି ବୈଠକରେ ସୂଚନା ଦିଆଯାଇଥିଲା l