Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ମହାବାତ୍ୟାର ୨୬ ବର୍ଷ ପୂର୍ତ୍ତି ଅବସରରେ ଅମ୍ବିକାଇ ଗଣ ପରିଷଦ ପକ୍ଷରୁ ସତର୍କ ଦିବସ ପାଳିତ

Alok Kumar Mohapatra | 30 Oct 2025 | 6 min read | 2 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପର ଅଗ୍ରଣୀ ତଥା ପୁରାତନ ସାମାଜିକ ଅନୁଷ୍ଠାନ ଅମ୍ବିକାଇ ଗଣ ପରିଷଦ ପକ୍ଷରୁ ମହାବାତ୍ୟାର ୨୬ ବର୍ଷ ପୂର୍ତ୍ତି ଅବସରରେ ସତର୍କ ଦିବସ ପାରାଦୀପ ସ୍ଥିତ ୱାର୍କର୍ସ ୟୁନିୟନ ପରିସରରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ନାରୀ କବି ସବିତା ମହାପାତ୍ର, ସମ୍ମାନିତ ଅତିଥି ଭାବେ ବର୍ଷିଆନ କବି ତଥା ନିଶାନିବାରଣ ଅଭିଯାନର ଜିଲ୍ଲା ସଂଯୋଜକ ବାବୁରାମ ଚୌଧୁରୀ, ବରିଷ୍ଠ ଶ୍ରମିକ ନେତା ଅନନ୍ତ କୁମାର ଦାସ ଯୋଗଦାନ କରି ପ୍ରଦୂଷଣ ପରିବେଶରେ ସତର୍କ ଦିବସର ତାତ୍ପର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ l ଅମ୍ବିକାଇ ଗଣପରିଷର ଅଧ୍ୟକ୍ଷ ଧୃବ ଚରଣ ମହାପାତ୍ର ୨୬ ବର୍ଷ ତଳେ ମହାବାତ୍ୟାର ତିକ୍ତ ଅନୁଭୂତି ଉପସ୍ଥାପିତ କରିଥିଲେ l ଏହି ଅବସରରେ ମୂଖ୍ୟ ଅତିଥି ଶ୍ରୀ ବିଶ୍ଵାଳ ମହାବାତ୍ୟାର ବିଭୀଷିକା ସମ୍ପର୍କରେ ଅବତାରଣା କରି ବାତ୍ୟା ସମୟରେ ସମସ୍ତେ ପ୍ରଶାସନର ସୂଚନା ମୁତାବକ ସତର୍କତା ଅବଲମ୍ବନ କରିବା ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅମ୍ବିକାଇ ଗଣପରିଷଦର ପ୍ରେମଲତା ବାରିକ ଏବଂ ଆଲୋଚନା ଚକ୍ର ଏବଂ ମହାବାତ୍ୟା ଉପରେ ଆଧାରିତ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ କବୟତ୍ରୀ ତୁଳସୀ ବରାଳ l ଏଥିରେ ସ୍ୱାଗତ ଭାଷଣ ଦେଇଥିଲେ କବି ନଗେନ୍ଦ୍ର ନାଥ ସ୍ୱାଇଁ ଏବଂ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବୟତ୍ରୀ ସଂଘମିତ୍ରା ସ୍ୱାଇଁ l ସୂଚନାଥାଉକି, ଅମ୍ବିକାଇ ଗଣପରିଷଦ ପ୍ରାରମ୍ଭରୁ ୧୯୯୯ ମସିହା ମହାବାତ୍ୟାର ପୂର୍ତ୍ତି ପାଳନ କରିବା ସହିତ ବାତ୍ୟା ସମୟରେ ସମସ୍ତେ ସତର୍କତା ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ କରିଆସୁଛି l