ଶ୍ରୀ ସତ୍ୟ ସାଇ ଜ୍ଞାନ ବିକାଶ ପକ୍ଷରୁ ଜାତୀୟ ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମ
Alok Kumar Mohapatra | 28 Oct 2025 | 8 min read | 2 views
ପାରାଦ୍ୱୀପ ( ପି.ଏନ. ଏସ ) : ଶ୍ରୀ ସତ୍ୟ ସାଇ ଜ୍ଞାନ ବିକାଶ, ପଙ୍କପାଳ ପକ୍ଷରୁ ଭଗଵାନ ଶ୍ରୀ ସତ୍ୟ ସାଇ ବାବା ଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ସମସ୍ତ ସତ୍ୟ ସାଇ ସ୍କୁଲ ଭଗଵାନ ବାବାଙ୍କ ର ଜାତୀୟ ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ମଙ୍ଗଳବାର ସକାଳୁ ବିଦ୍ୟାଳୟ ତରଫରୁ ଶ୍ରୀ ସତ୍ୟ ସାଇ ବିଦ୍ୟାବିହାର, ଯଦୁପୁର ଠାରୁ ବିଦ୍ୟାଳୟର ଗୁରୁଜୀ ଧନଞ୍ଜୟ ଜେନା , ବିଶ୍ୱଜିତ୍ ସ୍ୱାଇଁ ଓ ବିଦ୍ୟାଳୟର ସଭାପତି ବାବାଜୀ ଚରଣ ପୃଷ୍ଟି ସ୍ବାଗତ କରି ଆଣିଥିଲେ । ଜ୍ୟୋତି କୁ ପିଲାମାନଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମେ ବେଦ ମନ୍ତ୍ରାଦି, ଶଙ୍ଖ ହୁଳହୁଳି ନାଦ ମଧ୍ୟରେ ଭବ୍ୟ ସମ୍ବର୍ଦ୍ଧନା କରାଯାଇ ସଭାସ୍ଥଳକୁ ଅଣାଯାଇଥିଲା। ଏଥିରେ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ର ଟ୍ରଷ୍ଟି ଅନ୍ତର୍ଯ୍ୟାମୀ ପଟ୍ଟନାୟକ,ଜିଲ୍ଲା ସଭାପତି ଦାମୋଦର ସ୍ୱାଇଁ ରାଜ୍ୟ ଆଧ୍ୟାତ୍ମିକ ସଂଯୋଜିକା ଡ଼.ପୁଷ୍ପମିତ୍ରା ମହାନ୍ତି,ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, କୁଜଙ୍ଗ ଥାନା ଅଧିକାରୀ,ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ଅକ୍ଷୟ ଦାସ, ଶରତ ଚନ୍ଦ୍ର ମହାନ୍ତି ଓ ଅନ୍ୟାନ୍ୟ ଭଜନ ମଣ୍ଡଳୀର ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ। ପିଲା ମାନଙ୍କ ଦ୍ଵାରା ନୈତିକତା ପତ୍ର ନାମକ ଏକ ରାଲି ବାହାରି ନଗର ପରିକ୍ରମା କରିଥିଲା। ଶହେ ମହମବତୀ ର ଏହି ଶୋଭାଯାତ୍ରା ସ୍କୁଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏକଶତ ମାତୃ ଶକ୍ତି ମାନେ ଏହି ଦିବ୍ୟ କାର୍ଯ୍ୟରେ ଯୋଗଦେଇ ଭଗଵାନ ଙ୍କୁ ମଙ୍ଗଳ ଆଳତି ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତା କବି ,ବରିଷ୍ଠ ଶିକ୍ଷକ ପ୍ରବୋଧ ପରିଜା ,କୃଷ୍ଣ ଚନ୍ଦ୍ର ଦାସ ,ନିହାର ରଞ୍ଜନ ବିଶ୍ଵାଳ ,ଆଲ୍ପନା ସାମଲ,ଧରିତ୍ରୀ ମହାପାତ୍ର ,ରୀନା ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ରେ ସମସ୍ତ ଗୁରୁଜୀ ଗୁରୁମା ନିଜର ଦାୟିତ୍ଵ ସୁଚାରୁ ରୂପେ ସମ୍ପାଦନା କରିଥିଲେ। ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଭକ୍ତିପୂତ ଭାବେ ଉକ୍ତ ଦିବ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଭଗବତ୍ କୃପା ଲାଭ କରିଥିଲେ। ସର୍ବ ଶେଷ ରେ ବିଦ୍ୟାଳୟ ର ବରିଷ୍ଠ ଗୁରୂମା ଲିଲିମା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
