Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ଇଣ୍ଡିଆନ ଅଏଲ ପାରାଦ୍ୱୀପ ରିଫାନାରୀରେ ସତର୍କତା ସଚେତନତା ସପ୍ତାହ ର ଶୁଭାରମ୍ଭ

Alok Kumar Mohapatra | 28 Oct 2025 | 6 min read | 2 views

ପାରାଦ୍ୱୀପ ( ପି.ଏନ. ଏସ ) : ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ କୌଶିକ ବସୁଙ୍କ ଦ୍ବାରା ସତ୍ୟନିଷ୍ଠାର ପ୍ରତିଶ୍ରୁତି ସହିତ ଅକ୍ଟୋବର ୨୭, ୨୦୨୫ ରେ ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀରେ ସତର୍କତା ସଚେତନତା ସପ୍ତାହ-୨୦୨୫ ର ଶୁଭାରମ୍ଭ ହୋଇଛି I ଏହି ସମାବେଶରେ ସମ୍ବୋଧିତ କରି ଶ୍ରୀ ବସୁ ସମସ୍ତ କର୍ମଚାରୀଙ୍କୁ ନିଜ ଜୀବନରେ ସଚ୍ଚୋଟତା ଏବଂ ସତ୍ୟନିଷ୍ଠା ଜାଗ୍ରତ କରିବାକୁ ଅନୁରୋଧ କରିଥିଲେ I ଏକ ଫଳପ୍ରଦ କାର୍ଯ୍ୟକ୍ଷେତ୍ର ପରିବେଶ ସୃଷ୍ଟି ପାଇଁ କର୍ମଚାରୀଙ୍କ ମଧ୍ୟର ସ୍ବଚ୍ଛ ପ୍ରଣାଳୀ ଏବଂ ପାରସ୍ପରିକ ବିଶ୍ବାସ ଅତ୍ୟନ୍ତ ଜରୁରୀ ବୋଲି ସେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ସତର୍କତା ସଚେତନତା ସପ୍ତାହର ପୋଷ୍ଟର ଗୁଡିକ, ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଦ୍ବାରା ଉନ୍ମୋଚିତ ହୋଇଥିଲା । ନିକଟବର୍ତ୍ତୀ ଗ୍ରାମ ପଞ୍ଚାୟତରେ ସତର୍କତା ଉପରେ ସଚେତନତା ସୃଷ୍ଟି କରିବା ପାଇଁ, ପାରାଦୀପ ରିଫାଇନେରୀର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀ ବସୁ ଏକ ସତର୍କତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସପ୍ତାହ ବ୍ୟାପୀ ଉତ୍ସବ ସମୟରେ ‘ ‘ସତର୍କତା : ଆମର ମିଳିତ ଦାୟିତ୍ବ’ ର ବାର୍ତ୍ତା ପ୍ରଚାର କରିବା ପାଇଁ ପଥପ୍ରାନ୍ତ ନାଟକ,ପଦଯାତ୍ରା,ବ୍ୟବସାୟିକ ସମ୍ମିଳନୀ, ଚିତ୍ରକଳା ଏବଂ ସ୍ଲୋଗାନ ପ୍ରତିଯୋଗିତା ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା କରାଯାଇଛିl