Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପାରାଦ୍ୱୀପରେ ଗିରଫ ହେଲା ପୁଣି ଏକ ଜାହାଜ ।

pragyansila bureau | 28 Oct 2025 | 7 min read | 2 views

ପାରାଦ୍ୱୀପ ( ପି.ଏନ. ଏସ ) : ପୁଣି ଥରେ ଗିରଫ ହେଲା ଆଉ ଏକ ଜାହାଜ । ପାରାଦ୍ଵୀପ ବନ୍ଦରରେ ଥିବା ଏକ ଜାହାଜ ଏମ୍. ଭି. ମ୍ୟାଗ୍‌ନେଟ୍ ଟିମ୍ କୁ ଗିରଫ କରିବା ପାଇଁ ମାନ୍ୟବର ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଥିଲେ । ରୁଷିଆରୁ କୁକିଙ୍ଗ କୋଲ୍ ନେଇ ଆସିଥିଲା ଏହି ଜାହାଜ । ଏହି ଜାହାଜ ଉପରେ ୨କୋଟି ୧୧ଲକ୍ଷ ୮୨ ହଜାର ୬୫୬ଟଙ୍କା ବକେୟା ରହିଥିଲା । ଏହି ଟଙ୍କା ନଦେବାରୁ ସିଲ୍କ ରୋଡ୍ ସିପିଂ ଆଣ୍ଡ ଚାର୍ଟରିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା । ହାଇକୋର୍ଟର ବିଚାରପତି ତଥା ଆଡ୍‌ମିରାଲିଟି ଜଷ୍ଟିସ୍ ଭି. ନରସିଂହ ଗତକାଲି ମାମଲାର ତ୍ବରିତ ବିଚାର କରି ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ଏହି ଜାହାଜକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏଥିସହ ଜାହାଜର ମାଲିକଙ୍କୁ ମଧ୍ୟ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଡିସେମ୍ବର ପହିଲାରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ ଜାହାଜ ପାରାଦ୍ଵୀପ ବନ୍ଦରର ଆଙ୍କରେଜ ରେ ରହିବ। ଆବେଦନକାରୀ ସଂସ୍ଥା ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯିବା ସହିତ ଯଦି ଜାହାଜକୁ ତୁରନ୍ତ ଗିରଫ କରା ନଯାଇଥିଲେ ଜାହାଜ ମଙ୍ଗଳବାର ପାରାଦ୍ଵୀପ ବନ୍ଦର ଛାଡ଼ି ଦେବାର ସମ୍ଭାବନା ରହିଥିଲା । ହାଇକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି, ଅଭିଯୋଗର ପ୍ରାଥମିକ ପ୍ରମାଣ ଥିବା ଜାଣିବାକୁ ପାଇବା ପରେ ତୁରନ୍ତ ପାରାଦ୍ଵୀପ ବନ୍ଦରରେ ଜାହାଜକୁ ଗିରଫ କରିବା ପାଇଁ ହାଇକୋର୍ଟ ଅନ୍ତରୀଣ ଆଦେଶରେ ନିର୍ଦ୍ଦେଶ ଦେଇଥିଲେ । ତେବେ ଜାହାଜରେ ଯଦି କୌଣସି ସାମଗ୍ରୀ ଥାଏ ତାହେଲେ ଏହାକୁ ଅନ୍‌ଲୋଡ୍ କରିବାରେ ଏହି ମାମଲା କୌଣସି ଅନ୍ତରାୟ ସୃଷ୍ଟି କରିବ ନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।