Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଆସନ୍ତା ୧୯ ତାରିଖରେ ବିଜେଡିର ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଓ ନୂତନ ରାଜ୍ୟ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା ।

pragyansila bureau | 13 Oct 2025 | 7 min read | 6 views

ପାରାଦ୍ୱୀପ ( ପି.ଏନ. ଏସ ) : ଆଗାମୀ ୧୯ ତାରିଖରୁ ପାରାଦ୍ଵୀପ ରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିବ ବିଜୁ ଜନତା ଦଳ । ୧୯ଟି ୱାର୍ଡରେ ଘରକୁ ଘର ବୁଲି ଲୋକଙ୍କ ନିକଟରେ ପହଞ୍ଚିବା ସହିତ ଦୀର୍ଘ ୧୫ ମାସର ବିଜେପି ସରକାରରେ ଯେଉଁ ଭଳି ଅରାଜକତା ସୃଷ୍ଟି ହୋଇଛି ତାହାର ପ୍ରତିବାଦ କରିବା ସହିତ ସାଧାରଣ ଲୋକଙ୍କୁ ସଚେତନ କରିବ। ଏଥିରେ ଦଳର ହଜାର ହଜାର ସଂଖ୍ୟାରେ କର୍ମୀ ଓ ସାଧାରଣ ଲୋକେ ସାମିଲ ହେବେ ବୋଲି ପାରାଦ୍ଵୀପ ବିଜେଡି ପକ୍ଷରୁ ପ୍ରକାଶ କରାଯାଇଛି । ସେହିପରି ବିଜେଡି ସରକାର ସମୟରେ ଯୋଗାଇ ଦିଆଯାଇଥିବା ସରକାରୀ ଯୋଜନା ବର୍ତ୍ତମାନ ସମୟରେ ସାଧାରଣ ଲୋକେ ପାଉଛନ୍ତି କି ନାହିଁ ଏବଂ ବିଜେପି ସରକାର ରେ ଚାଲିଥିବା ଦୂର୍ନିତି ବିଷୟରେ ଘରକୁ ଘର ବୁଲି ଲୋକମାନଙ୍କୁ ଅବଗତ କରାଇବେ ବିଜେଡି କର୍ମୀ । ଏନେଇ ପାରାଦ୍ଵୀପ ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କରାଯିବା ସହିତ ରାଜ୍ୟ ବିଜୁ ଜନତା ଦଳର ନୂତନ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବା ବିଶିଷ୍ଟ ଶ୍ରମିକ ନେତା ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବନ୍ଧିତ କରାଯାଇଥିଲା । ଏହି ସଭାରେ ବିଶିଷ୍ଟ ଶ୍ରମିକ ନେତା ଅରିନ୍ଦମ ସର୍ଖେଲ, ଜଗତସିଂହପୁର ଜିଲ୍ଲା ମହିଳା ସଭାନେତ୍ରୀ ସବିତା ମହାପାତ୍ର, ପାରାଦ୍ଵୀପ ପୌରପରିଷଦର ଉପାଧ୍ୟକ୍ଷା ଛବିଲତା ରାଉତ, ବିଜେଡି ଜିଲ୍ଲା ଉପସଭାପତି ଜ୍ୟୋତିକାନ୍ତ ପରିଡ଼ା ,ବିଜୁ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ କୁମାରବର ନାୟକ, ରଶ୍ମିରଞ୍ଜନ ପରିଡ଼ା, ସୁଶିଲ ମହାପାତ୍ର, ଅନୁପ ସାହାଣୀ, ପାରିଷଦ ମନୋଜ ନାୟକ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଖୁବ୍ ଶୀଘ୍ର ପାରାଦ୍ଵୀପ ରେ ବିଜେଡି କୁ ଆହୁରି ସଂଗଠିତ କରିବା ସହିତ ବିଜେପି ସରକାର ର ଦୋମୁହାଁ ନୀତି ର କଡ଼ା ବିରୋଧ କରାଯିବ ବୋଲି କୁହାଯାଇଛି ।