Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଜାତୀୟ ଡାଲିଜାତୀୟ ଫସଲ ରେ ଆତ୍ମନିର୍ଭରତା ମିଶନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ।

pragyansila bureau | 13 Oct 2025 | 10 min read | 6 views

ଜଗତସିଂହପୁର ( ପି.ଏନ. ଏସ ) : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଜାତୀୟ ଡାଲି ଫସଲ ମିଶନର ଲୋକାର୍ପଣ ଅବସରରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ସମାନ୍ତରାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଜଗତସିଂହପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ , କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଡଃ ଦେବାଶିଷ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ I
ସମାରୋହ ରେ ଯୋଗଦେଇ ମାନ୍ୟବର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଜଗତସିଂହପୁର ଜିଲ୍ଲା କୁ ବରପୁତ୍ର ଙ୍କ ମାଟି ତଥା ରାଜନୈତିକ, ସାମାଜିକ , ଅର୍ଥନୈତିକ ଅଭିବୃଦ୍ଧି ର ପୃଷ୍ଠପୋଷକ ବୋଲି ସମ୍ବୋଧନ କରିଥିଲେ । ଜିଲ୍ଲା ର ବିକାଶ କୃଷକ ମାନଙ୍କ ବିକାଶରେ ସମ୍ଭବ ଯାହା ଏକ ବିକଶିତ ରାଷ୍ଟ୍ର ଗଠନ ରେ ସହାୟକ ବୋଲି ସେ କହିଥିଲେ ।ଜିଲ୍ଲାରେ ମାଛ ଚାଷ କିପରି ଭାବେ ବୃଦ୍ଧି ପାଇବ, ବନ୍ଦର, ପର୍ଯ୍ୟଟନ ସ୍ଥଳୀ,ଶିଳ୍ପର ବିକାଶ ସାଧନ , ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ମାଧ୍ୟମରେ ଦେଶର ଅର୍ଥନୀତିକ ଅଭିବୃଦ୍ଧି ସହ ସାମଗ୍ରିକ ବିକାଶ ଦୁଇ ଗୁଣିତ ହେବ ବୋଲି କହିଥିଲେ । କୃଷକ ସମାଜ ର ବିକାଶ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ବୋଲି କହିଥିଲେ ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ମାଧ୍ୟମରେ ରାଜ୍ୟ ତଥା ଜିଲ୍ଲା ର ଅର୍ଥନୀତିକ ଅଭିବୃଦ୍ଧି ସହ ସାମଗ୍ରିକ ବିକାଶ ଦୁଇ ଗୁଣିତ ହେବ ବୋଲି କହିଥିଲେ ।
ରାଜ୍ୟ ସ୍ତରୀୟ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଲୋକାର୍ପଣ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦୁଇ ଶହ ପଚାଶ ଜଣ ଚାଷୀ ଭାଇ ଭଉଣୀ, କୃଷି ତଥା ଆନୁସାଙ୍ଗୀକ ବିଭାଗର ଅଧିକାରୀ ମାନଙ୍କ ପାଇଁ ଆୟୋଜିତ ହୋଇଥିଲା । ପ୍ରକାଶ ଥାଉ କି,ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ ଦେଶର ୧୦୦ଟି ଆକାଂକ୍ଷୀ ଜିଲ୍ଲାରେ ଅଧିକ ଫସଲ ଉତ୍ପାଦନ , ଫସଲର ବିବିଧିକରଣ, ଜଳସେଚନ ପ୍ରକଳ୍ପର ଉନ୍ନତିକରଣ, କୃଷି ଋଣ, ଜୈବିକକୃଷି ତଥା କୃଷି ଉତ୍ପାଦନର ପ୍ରକ୍ରିୟାକରଣ ଉପରେ ପ୍ରାଧାନ୍ୟ ଦିଆଯାଇଅଛି ।ଜାତୀୟ ଡାଲି ଫସଲ ଅଧିନରେ ଡାଲି ଜାତୀୟ ଫସଲର ଉତ୍ପାଦନ ବୃଦ୍ଧି, ସର୍ବନିମ୍ନ ସହାୟକ ମୂଲ୍ୟରେ ଶହେ ପ୍ରତିଶତ ଫସଲ ଖରିଦ୍ ଦାରୀ ଏବଂ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱାରୋପ କରାଯାଇଅଛି ।
ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଦୁଇଶହ ପଚାଶ ରୁ ଅଧିକ ଚାଷୀମାନେ ନୂଆ ଦିଲ୍ଲୀ ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ କୃଷି ଅଧିକାରୀ ଓ ସହକାରି କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।