ଗ୍ୟାଙ୍ଗଷ୍ଟର ସହିତ ସହଯୋଗୀ ବନ୍ଧାହେଲେ ଜଗତସିଂହପୁର ଜିଲ୍ଲା ପୋଲିସ ହାତରେ ।
pragyansila bureau | 13 Oct 2025 | 10 min read | 5 views
ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲାରେ ଏସପି ଭାବେ ଅଙ୍କିତ ବର୍ମାଙ୍କ ଯୋଗଦାନ ପରେ ଗୋଟେ ପଟେ ନିଶାଚର ମାନେ ଥରହର ହେଉଥିବା ବେଳେ ସାମ୍ନାକୁ ଆସିଲା ଆଉ ଗୋଟେ ମାମଲା । ଯାହାଥିଲା ପୋଲିସ କୁ ଝଟକା ଦେଲା ଭଳି ଦୃଶ୍ୟ । ଯାହାକି ପୁରା ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା କୁ ଦୋହଲାଉ ଥିବା ଏକ ଗ୍ୟାଙ୍ଗଷ୍ଟର ସହିତ ପୁରା ଲୁଟେରା ଗ୍ୟାଙ୍ଗ କୁ ଧରି ପୁରା ଚର୍ଚ୍ଚା ରେ ଜିଲ୍ଲା ଏସପି ଅଙ୍କିତ ବର୍ମା । ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ଚୋରି, ରାହାଜାନୀ ଓ ଡକାୟତି କରି ଆତଙ୍କ ଖେଳାଉଥିବା ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ତରେଇ ଓରଫ ଚୀକୁ ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି ଜଗତସିଂହପୁର ପୋଲିସ।ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ଲକ ଥାନା ଅନ୍ତର୍ଗତ ବିଶ୍ୱାଳି ଗ୍ରାମର ନିରଞ୍ଜନ ତରେଇଙ୍କ ପୁଅ ଚିନ୍ମୟ ତରେଇ ଏକ ୭ ଜଣିଆ ଗ୍ୟାଙ୍ଗ କରି ଦୀର୍ଘବର୍ଷ ଧରି ଜଗତସିଂହପୁର ଜିଲ୍ଲାରେ ସାଧାରଣ ଲୋକମାନଙ୍କୁ ରାସ୍ତାରେ ଏକୁଟିଆ ଦେଖି ଆଖିରେ ଲଙ୍କାଗୁଣ୍ଡ ପକାଇ ମାରଣାସ୍ତ୍ର ରେ ଆକ୍ରମଣ କରି ସୁନା ଗହଣା ଓ ଟଙ୍କା ଲୁଟ କରି ଫେରାର ହୋଇଯାଆନ୍ତି । ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ଥାନା ରେ ଗ୍ୟାଙ୍ଗଷ୍ଟର ଚିକୁ ନାମରେ ୩୩ ଟି ମାମଲା ରୁଜୁ ହୋଇଥିବା ବେଳେ ଯାହାକୁ ନେଇ ଜଗତସିଂହପୁର ଜିଲ୍ଲା ପୋଲିସ ପାଇଁ ଥିଲା ଏକ ମୁଣ୍ଡବିନ୍ଧାର କାରଣ ।ଏହି ଚିକୁ ଗ୍ୟାଙ୍ଗକୁ ଧରିବା ପାଇଁ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ଥାନା ର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଥିଲା। ଗତକାଲି ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୂର ଫାଣ୍ଡି ଅଞ୍ଚଳରେ ଚିକୁ ଗ୍ୟାଙ୍ଗ ଏକ ନିର୍ଜନ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ତିର୍ତ୍ତୋଲ ପୋଲିସ ଖବର ପାଇ ଅତର୍କିତ ଭାବରେ ଚଢାଉ କରିଥିଲା ।ଚଢାଉ ସମୟରେ ଗ୍ୟାଙ୍ଗଷ୍ଟର ଚିନ୍ମୟ ସହିତ ତିନିଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ଘଟଣା ସ୍ଥଳରୁ ଅନ୍ଧାରର ସୁଯୋଗ ନେଇ ଅନ୍ୟଜଣେ ସହଯୋଗୀ ଫେରାର ହୋଇଯାଇଥିଲେ।ଚିନ୍ମୟ ନାମରେ ବିଭିନ୍ନ ଥାନାରେ ୩୩ ଟି ମାମଲା ରହିଛି । ଚଢାଉ ବେଳେ ସେମାନଙ୍କ ନିକଟରୁ ଏକ ବାଇକ, ଗୋଟିଏ ସୁନା ଚେନ, ଦୁଇଟି ମୋବାଇଲ, ତିନୋଟି ଖଣ୍ଡା, ଗୋଟିଏ ଲୁହା ରଡ ଓ କିଛି ଲଙ୍କା ପାଉଡର ଜବତ କରିଛି ପୋଲିସ। ଚିକୁ ଗ୍ୟାଙ୍ଗ ରେ କ୍ରିଷ୍ଣାନନ୍ଦପୂର ର ଏସ କେ ରହିମୁଦିନ, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ରାଧେଶ୍ୟାମ ଦାସ, କେନ୍ଦ୍ରାପଡ଼ା ନିକିରାଇ ର ସୁବ୍ରତ ଦାସ କୁ ପୋଲିସ ଗିରଫ କରିଛି।ଏହି ଗ୍ୟାଙ୍ଗ ର ଆଉ ଦୁଇଜଣ ସଦସ୍ୟ ଙ୍କୁ ଆଗରୁ ଭୁବନେଶ୍ୱର ପୋଲିସ ଗିରଫ କରିସାରିଛି । ଅତି ଶିଘ୍ର ଫେରାର ହୋଇଥିବା ଅନ୍ୟ ଅପରାଧୀକୁ ଧରିବା ସହିତ ଲୁଟ ସାମଗ୍ରୀ ଜବତ କରିବା ପାଇଁ ପୋଲିସ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
