Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ସୋନାଲିଙ୍କ ମୃତ୍ୟୁ ଘଟଣାରେ ନଣଦ କୁ ଗିରଫ ଦାବୀରେ ଥାନା ଘେରାଉ

Bureau report | 06 Jun 2025 | 7 min read | 9 views

ଗଡ଼କୁଜଙ୍ଗ ( ପି.ଏନ. ଏସ ) : ଅଭୟଚାନ୍ଦପୁର ଥାନା ଅଧିନ ଗଡକୁଜଙ୍ଗ ଗ୍ରାମରେ ଗତ ଶନିବାର ରାତ୍ରୀରେ ଏକ ଅଭାବନୀୟ ଘଟଣାରେ ନବ ବିବାହିତ ମହିଳାଙ୍କର ମୃତ୍ୟୁ ହୋଇଥିଲା।ଘଟଣାରେ
ଗଡକୁଜଙ୍ଗ ଗ୍ରାମର ସୁବାସ ମହାନ୍ତି ଙ୍କ ଝିଅ ସୋନାଲି ସୁଚିସ୍ମିତା ମହାନ୍ତି(୨୪)ଙ୍କର ସେହି ଗ୍ରାମର ଅଭିରାମ ସାହୁଙ୍କ ଏକ ମାତ୍ର ପୁଅ ଅରବିନ୍ଦ ସାହୁଙ୍କ ସହିତ ଗତ ଡିସେମ୍ବର ମାସ ଚାରି ତାରିଖରେ ବୈଦିକ ରୀତିରେ ବିବାହ ପରିବାର ବୁଝାବଣାରେ ହୋଇଥିଲା । ସ୍ଥାନୀୟ ଅଭୟ ଚାନ୍ଦ ପୁର ଥାନାରେ ଝିଅର ବାପା ସୁବାସ ମହାନ୍ତି ଲିଖିତ ଅଭିଯୋଗ କରିଥିଲେ ଯେ ଝିଅ ସୋନାଲିଙ୍କ ଉପରେ ତାର ଶଶୁର ଅଭିରାମ ସାହୁ, ଶାଶୁ ଗୀତାଞ୍ଜଳି ସାହୁ, ନଣଦ ସୁଚିତ୍ରା ସାହୁ, ଜ୍ୱ।ଇଁ ଅରବିନ୍ଦ ସାହୁ ଯୌତୁକ ଜନିତ ଅତ୍ୟାଚାର କରିବା ସହିତ ତାଙ୍କର ଝିଅ ସୋନାଲିଙ୍କୁ ହତ୍ୟା କରିଥିଲେ। ଅଭୟଚାନ୍ଦପୁର ପୋଲିସ ସୋନାଲିଙ୍କ ଶଶୁର ଅଭିରାମ ସାହୁ, ଶାଶୁ ଗୀତାଞ୍ଜଳି ସାହୁ, ଜ୍ୱ।ଇଁ ଅରବିନ୍ଦ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନଣନ୍ଦ ସୂଚିତ୍ରା ସାହୁଙ୍କୁ ପୋଲିସ ଗିରଫ ନ କରିଥିବା ଯୋଗୁଁ ଆଜି ଝିଅର ବାପଘର ପରିବାର ସହିତ ଗଡ଼କୁଜଙ୍ଗ ଗ୍ରାମର ଶତାଧିକ ମହିଳା ନଣନ୍ଦ ସୂଚିତ୍ରା ସାହୁଙ୍କୁ ଗିରଫ କରିବା ଦାବିରେ ଅଭୟଚାନ୍ଦପୁର ଥାନା ଘେରାଉ କରିଥିଲେ। ଏଥି ସହିତ ହତ୍ୟାର ଉଚିତ ତଦନ୍ତ କରାଯାଇ ଦୋଷୀକୁ ଉଚିତ ଦଣ୍ଡ ମିଳିବା ପାଇଁ ଝିଅର ବାପା ,ମା ଓ ସମ୍ପର୍କୀୟ ମାନେ ଦାବି କରିଥିଲେ। ଅଭୟଚାନ୍ଦପୁର ଥାନା ଅଧିକାରୀ ସମୀର ରାଉତ କହିଛନ୍ତି ସାତଘଣ୍ଟା ଭିତରେ ତିନିଜଣ ଆସାମୀ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଆଇନୀ ଅନୁଯାଇ କାର୍ଯ୍ଯୂନାଷ୍ଠାନ ଗ୍ରହଣ କରାଯିବ। ଆପଣମାନେ ପୋଲିସ ଉପରେ ବିଶ୍ଵାସ ଓ ଭରସା ରଖନ୍ତୁ, ପୋଲିସ ନିରପେକ୍ଷ ଭାବେ ତଦନ୍ତ ଯାରି ରଖିଛି ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ରାଉତ ପ୍ରତିଶ୍ରୁତି ଦେବାପରେ ମହିଳାମାନେ ଧାରଣାରୁ ଓହରି ଯାଇଥିଲେ।