ଜଗତସିଂହପୁର ଅବକାରୀ ବିଭାଗ ଜବତ କଲା ୧.୨୦୦କିଗ୍ରା ଗଞେଇ, ଚୋରା ବିଦେଶୀ ମଦ ସହିତ ଏକ ମୋଟରସାଇକେଲ ।
pragyansila bureau | 04 Oct 2025 | 5 min read | 5 views
ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ଅବକାରୀ ବିଭାଗର ବଡ଼ ସଫଳତା: ୧.୨୦୦କିଗ୍ରା ଗଞେଇ ଓ ଚୋରା ବିଦେଶୀ ମଦ ସହିତ ଏକ ମୋଟରସାଇକେଲ ଜବତ ।
ଅବକାରୀ କମିଶନର ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଜିଲ୍ଲା ଅବକାରୀ ଅଧୀକ୍ଷୀକା ଅନିତା ପ୍ରଧାନଙ୍କ ନେତୃତ୍ୱରେ ତୀବ୍ର ଅଭିଯାନ ସଫଳ ହୋଇଛି ।
ଓଆଇସି ସ୍ମିତା ପଣ୍ଡାଙ୍କ ତତ୍ତ୍ଵାବଧାନରେ ତିର୍ତୋଲ ଥାନା ଅନ୍ତର୍ଗତ ବିକିପୁର ଛକରୁ ୧.୨୦୦କିଗ୍ରା ଗଞେଇ ଜବତ କରିଛି ତିର୍ତ୍ତୋଲ ଅବକାରୀ ଥାନା, ଯାହାର କଳାବଜାରୀ ମୂଲ୍ୟ ପ୍ରାୟ ୧୨୦୦୦ ଟଙ୍କା । ଏହି ଅଭିଯାନରେ ଅଜୟ କୁମାର ସାହାଣୀ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଅନ୍ୟ ଘଟଣାରେ, ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ ଙ୍କ ତତ୍ତ୍ଵାବଧାନରେ ବାଲିକୁଦା ଥାନା ଅନ୍ତର୍ଗତ ବୋରିକିନା ଛକରୁ ୮.୬୪୦ ଲିଟର ବିଦେଶି ମଦ ସହିତ ଗୋଟିଏ ଦୁଇ-ଚକିଆ ଯାନ ଜବତ କରିଛି ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଓ ଘଟଣାସ୍ଥଳରୁ ଅବକାଶ ସ୍ୱାଇଁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ଜିଲ୍ଲା ଅବକାରୀ ବିଭାଗ ନର୍କୋଟିକ୍ସ ଓ ଚୋରା ମଦ ବ୍ୟବସାୟ ବିରୋଧରେ ଆହୁରି କଠୋର ଅଭିଯାନ ଚାଲାଇବାକୁ ସଂକଳ୍ପବଦ୍ଧ ।