Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ସିସିଟିଭି ଖୋଲିଦେଲା ଗୁମର କିଏ ଫୋପାଡ଼ିଥିଲା ଦୋକାନରୁ ମିଠା ।

pragyansila bureau | 04 Oct 2025 | 6 min read | 6 views

ପାରାଦ୍ୱୀପ ( ପି.ଏନ. ଏସ ) : ସନ୍ତୋଷ ପ୍ଲାଜା ମିଠା ଫୋପଡ଼ା ଘଟଣାକୁ ନେଇ ମୁଁହ ଖୋଲିଲେ ଘର ମାଲିକ । ଭଡା ସୂତ୍ରରେ ଘର ନେଇ ଟଙ୍କା ନଦେଇ ଅପପ୍ରଚାର କରିବା ସହ ଧମକ ଦେଉଥିବା ନେଇ ଅଭିଯୋଗ କଲେ ଘର ମାଲିକ ।ଗତକାଲି ପାରାଦ୍ୱୀପ ବଡ଼ପଡ଼ିଆ ମାର୍କେଟରେ ଥିବା ସନ୍ତୋଷୀ ସୁଇଟ୍ସ ଆଣ୍ଡ ରେସ୍ଟୁରାଣ୍ଟରେ ଘର ମାଲିକ ମିଠା ସାମଗ୍ରୀ ଫୋପଡ଼ା ଫିଙ୍ଗା କରିବା ସହ ଇଲେକ୍ଟ୍ରି ଓ ପାଣି ଲାଇନ କାଟି ଦେଇଥିବା ନେଇ ଅଭିଯୋଗ କରିଥିଲେ ଭଡ଼ାସୂତ୍ରରେ ନେଇ ଥିବା ବ୍ୟବସାୟୀ l ଯାହାକୁ ଖଣ୍ଡନ କରିଛନ୍ତି ଘର ମାଲିକ । ଦୋକାନ ଘର ଭଡା ନେଇଥିବା ବ୍ୟକ୍ତି ବିଭିନ୍ନ ଅସାମାଜିକ ଲୋକଙ୍କ ସହିତ ମିଶି ମାଲିକ ଙ୍କ ପ୍ରତି ଅତ୍ୟାଚାର କରୁଥିବା ସହ ମାଡ଼ ମାରିଥିଵା ନେଇ ସେ ବାରମ୍ବାର ବଣିକ ସଂଘ ରେ ଜଣାଇବା ପରେ କୌଣସି ସୁଫଳ ମିଳିବା ବଦଳରେ ଏକ ପାଖିଆ ନ୍ୟାୟ କରି ତାଙ୍କୁ ଜବରଦସ୍ତି ମାନିବାକୁ ବାଧ୍ୟ କରାଯାଉଥିବା ଏବଂ ବଣିକ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରକାଶ ତ୍ରିପାଠୀ ଙ୍କ ପ୍ରରୋଚନାରେ ଏଭଳି କରାଯାଇଥିବା ସେ କହିଛନ୍ତି |।ଗତକାଲି ଦୋକାନରୁ ମିଠା ନିଜେ ଫୋପାଡ଼ିବା ଭିଜୁଆଲ ସି ସି ଟିଭିରେ କଏଦ ହୋଇଥିବା ବେଳେ ମାଲିକଙ୍କ ନାମରେ ଅଠା ବୋଳିବା, ସମ୍ପୂର୍ଣ୍ଣ ବିଲଡିଙ୍ଗର ଇଲେକ୍ଟ୍ରି କାଟିବା ଏବଂ ମାଲିକ ବିଭିନ୍ନ ଧମକ ଚମକ ଦେଉଥିବା ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି l ଏହି ଘଟଣା ସେ ସ୍ଥାନୀୟ ଥାନା, ଜଗତସିଂହପୁର ଏସପି ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ରେ ଅଭିଯୋଗ କରିବା ସହିତ ନ୍ୟାୟ ଦାବୀ କରିଛନ୍ତି ।