Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ସାଗର କ୍ଲବ ପକ୍ଷରୁ ବିଜୁ ମଇଦାନ ଠାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ।

pragyansila bureau | 04 Oct 2025 | 5 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ପବିତ୍ର ବିଜୟାଦଶମୀ ଅବସରରେ ପାରାଦ୍ଵୀପ ସାଗର କ୍ଲବ ପକ୍ଷରୁ ୩୪ ତମ ରାବଣ ପୋଡି ଉତ୍ସବ ବିଜୁ ମଇଦାନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, ପାରାଦୀପ ପୌରପରିଷଦର ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ରାଜ୍ୟ ଓ ଦେଶରେ ସତ୍ୟ ,ଧର୍ମ, ନ୍ୟାୟ ଓ ଅହିଂସାର ପ୍ରତିଷ୍ଠା ପାଇଁ ଅଧର୍ମ, ଅନ୍ୟାୟ ଓ ଅନୀତିର ପ୍ରତିକ ରୂପୀ ରାବଣକୁ ପୋଡି ନଷ୍ଟ କରି ନିଜ ନିଜ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ସହିତ ବିକଶିତ ପାରାଦ୍ଵୀପ ଓ ବିକଶିତ ଓଡିଶା ଗଠନ ପାଇଁ ଆହ୍ବାନ ଦେଇଥିଲେ ସାଂସଦ ବିଭୂପ୍ରସାଦ ତରାଇ । ସେହିପରି ନିଜ ନିଜ ଭିତରେ ଥିବା ହିଂସାକୁ ଦୂର କରି ଅସାମାଜିକ କାର୍ଯ୍ୟରୁ ଦୂରେଇ ରହି ସମାଜର ମଙ୍ଗଳ ପାଇଁ ଏବଂ ପାରାଦ୍ଵୀପ ର ବିକାଶ ପାଇଁ ସମସ୍ତେ ଆଗକୁ ଆସି ଏକ ହୋଇ କାର୍ଯ୍ୟ କଲେ ବିକଶିତ ଓଡ଼ିଶା ଗଠନ ହୋଇ ପାରିବ ବୋଲି ଶିଳ୍ପମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ଏହି ଅବସରରେ କଳିଙ୍ଗ ବାଲିଯାତ୍ରା ପଡିଆରେ ବାଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ ରାବଣ ଙ୍କ ଦେହରେ ଅଗ୍ନି ସଂଯୋଗ କରିଥିଲେ ମାନ୍ୟବର ସାଂସଦ ଓ ଶିଳ୍ପମନ୍ତ୍ରୀ ।