Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂପୁରରେ ଗୋ-ପାଳନ ସମ୍ବନ୍ଧୀୟ ୩ ଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ।

pragyansila bureau | 09 Sep 2025 | 7 min read | 2 views

ତିର୍ତ୍ତୋଲ ( ପି.ଏନ. ଏସ ) : କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଅନୁକୁଲ୍ୟ ରେ ତା ୦୨.୦୯. ୨୦୨୫ ରିଖ ରୁ ତା ୦୪.୦୯.୨୦୨୫ ରିଖ ପର୍ଯ୍ୟନ୍ତ ୩ ଦିନ ଧରି ବୈଜ୍ଞାନିକ ପଦ୍ଧତିରେ ଗୋ ପାଳନ ବିଷୟରେ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ରାଜ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହ ମିଳିତ ଭାବେ ଏହି ତାଲିମଟି କୃଷି ବିଜ୍ଞାନ କେନ୍ଦ୍ର ରେ ଅନୁଷ୍ଠିତ ହୋଇଛି ।ଏହି ତାଲିମରେ ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ୨୦ ଜଣ ଗୋପାଳକ ଭାଗ ନେଇଥିଲେ I ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧିକାରୀ ମାନଙ୍କ ଉପସ୍ଥିତିରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ଜୀବନଜିତ ସେନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ପ୍ରାଣୀ ବିଜ୍ଞାନୀ ଡ. ତପନ ପଲାଇ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧିକାରୀ ଡ. ଯଦୁନାଥ ପରିଡା,ଡ. ଶଶାଙ୍କ ନାୟକ (ସହକାରୀ ପ୍ରାଣୀ ଚିକିତ୍ସକ),ଡ. ଦୁର୍ଗା ପ୍ରସାଦ ମିଶ୍ର ବିଜ୍ଞାନ ସନ୍ମତ ଗୋ ପାଳନ ବିଷୟରେ ଗୋପାଳକ ମାନକୁ ଜ୍ଞାନ ପ୍ରଦାନ କରା ଯାଇଥିଲେ । କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିନରେ ଗୋପାଳକ ମାନେ ତୁଳଙ୍ଗ ଗ୍ରାମର ସ୍ଥିତ ଶ୍ୱେତା ଗାଈ ଫାର୍ମ ପରିଦର୍ଶନ ରେ ଯାଇ ନିଜର ବ୍ୟବହାରିକ ଜ୍ଞାନ ବଢ଼ାଇଥିଲେ । ଗୋପାଳନର ବିଭିନ୍ନ ବିଷୟ ଯଥା- ଗାଈ ଫାର୍ମର ଦୈନିକ ଚର୍ଚ୍ଚା, ଗୋପାଳନରେ ବିଜ୍ଞାନ ସମ୍ମତ ଗୁହାଳ ପରିଚାଳନା, ଖାଦ୍ୟ ବ୍ୟବସ୍ଥା, ରୋଗ ପରିଚାଳନା, ଦୁଗ୍ଧ ବିକ୍ରିବଟା, ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଆଦି ବିଷୟରେ ଭାଗ ନେଇଥିବା ଚାଷୀ ମାନେ ଅବ ଗତ ହୋଇଥିଲେ ।
ଏହି କାଯ୍ୟକ୍ରମର ଶେଷଦିନରେ ଗୋପାଳକ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା I ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଦେବାଶିଷ ପଣ୍ଡା,ଡ଼. ପ୍ରଦୀପ୍ତ ମାଝୀ ଡ଼. ଦ୍ୱାରିକା ମୋହନ ଦାସ, ସସ୍ମିତା ପୁରୋହିତ ,ସରିତା ଦାସ ସହଯୋଗ କରିଥିଲେ। ପରିଶେଷରେ ଜିଲ୍ଲାର ଅଗ୍ରଣୀ ଗୋ-ପାଲକ ମାନେ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।