Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ ।

pragyansila bureau | 09 Sep 2025 | 5 min read | 3 views

ଜଗତସିଂହପୁର ( ପି.ଏନ. ଏସ ) : ଆଜି ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ PACS Computerisation (NLPS) ଓ ସମବାୟ ସମୀକ୍ଷା ସଚେତନତା ସମ୍ପର୍କୀୟ ଏକ କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ପ୍ରାରମ୍ଭରେ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ଶତପଥି ଉପନିବନ୍ଧକ ସମବାୟ ସମିତି ସମୂହ , ଜଗତସିଂହପୁର ବିଭାଜନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମବାୟ ସମିତି ସ୍ତରରେ PACS କମ୍ପ୍ୟୁଟରୀକରଣ କୁ ପ୍ରାଧାନ୍ୟ ଦେବାପାଇଁ ସମିତିର ସମ୍ପାଦକଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟୁତଲତା ବେହେରା, DDM , NABARD, PACS Computerisation ଉପରେ ଗୁରୁତ୍ୱ ଦେଇଥିବାବେଳେ ଏବଂ ସନ୍ତୋଷ କୁମାର ଜାଲି, ସହକାରୀ ସମୀକ୍ଷକ ସମବାୟ ସମିତି ସମୂହ , ଜଗତସିଂହପୁର, 2024-25 ସମୀକ୍ଷା ବର୍ଷ ପାଇଁ ସମସ୍ତ PACS ର ସମୀକ୍ଷା ସମ୍ପୂର୍ଣ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଶେଷରେ ଜଗତସିଂହପୁର ନିୟନ୍ତ୍ରିତ ବଜ଼ାର କମିଟିର ସମ୍ପାଦକ, ସୂର୍ଯ୍ୟକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉପନିବନ୍ଧକ, ସମବାୟ ସମିତି ସମୂହ ଏବଂ ସହକାରୀ ନିବନ୍ଧକଙ୍କ ,ସମବାୟ ସମିତି ସମୂହ କାର୍ଯ୍ୟାଳୟର ବିବେକାନନ୍ଦ ବେହେରା , ରାଖଲ ଚନ୍ଦ୍ର ସାମଲ , ସୁମନ ବେହେରା , ମିତାଲି ବୋଷ ,ଚିତ୍ରା ଚିନ୍ମୟୀ ଦାସ, ସ୍ଵର୍ଣ୍ଣଲତା ନାୟକ , ପିଙ୍କି ହାଂସଦା, ରୁବୁ ମହାନ୍ତି ଉପସ୍ଥିତ ଥିଲେ ।