Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

pragyansila bureau | 07 Sep 2025 | 15 min read | 3 views

ପାରାଦ୍ୱୀପ ( ପି.ଏନ. ଏସ ) : ସବୁବେଳେ ଅନ୍ୟ ପାଇଁ ବଞ୍ଚୁଥିବା ସାମ୍ବାଦିକ ନିଜ ବିପଦ ସମୟରେ ଏକା ପଡ଼ିଯାଏ । ଯେଉଁ ଲୋକଙ୍କ ପାଇଁ ସିଏ ନିଜକୁ ଓ ନିଜ ପରିବାର କୁ ସମୟ ଦେଇ ପାରି ନଥାଏ , ସେଇ ସାମ୍ବାଦିକ ଟିର ଅସୁବିଧା ସମୟରେ ତାକୁ କେହି ଆହା ପଦେ କୁହନ୍ତି ନାହିଁ । ଦୂର୍ଘଟଣା କିମ୍ବା କୌଣସି ଗୁରୁତର ଅସୁସ୍ଥତା ସମୟରେ ସାମ୍ବାଦିକ ଟିଏ ଯେଉଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତାହାକୁ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଦ୍ବିତୀୟ ବାର୍ଷିକ ଉତ୍ସବ ପାରାଦ୍ଵୀପ ଜୟଦେବ ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ର ଅଧ୍ୟକ୍ଷ ଅରୁଣ କୁମାର ଓଝା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସନ୍ଦିପ ମିଶ୍ର , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ଯୋଗ ଦେଇ ନିୟୁଜ ସଂଗ୍ରହ ସମୟରେ ସାମ୍ବାଦିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ସେମାନଙ୍କ ଅସୁବିଧା ସମୟରେ ସେମାନେ ଭୋଗୁଥିବା ଆର୍ଥିକ ସମସ୍ୟା ପ୍ରତି ଉଦବେଗ ପ୍ରକାଶ କରିଥିଲେ । ଏଭଳି ସମୟରେ ସେମାନଙ୍କୁ ସହଯୋଗର ହାତ ବଢାଉଥିବା ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ର ମୁଖ୍ୟ ପରାମର୍ଶଦାତା ଗଗନ ବିହାରୀ ସାହୁ, ଆଇନ୍ ପରାମର୍ଶଦାତା କୈଳାସ ଚନ୍ଦ୍ର ସାହୁ ଟ୍ରଷ୍ଟ ର ନିରପେକ୍ଷ ଓ ସାମ୍ବାଦିକ ଙ୍କ ଇନ୍ସୁରାନ୍ସ ଉପରେ ଆଲୋଚନା କରିଥିଲେ । ସମ୍ପାଦକ ପ୍ରଶାନ୍ତ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ର ମୁଖପତ୍ର "ପରାଶର" ଉନ୍ମୋଚନ କରାଯାଇଥିଲା। ପରେ ଟ୍ରଷ୍ଟ ପକ୍ଷରୁ ପୂର୍ବରୁ କରାଯାଇଥିବି ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ ଓ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା ରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ସହିତ ପାରମ୍ପରିକ ନୃତ୍ୟ ରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଡଃ ବିଦ୍ୟୁତ୍ କୁମାରୀ ଚୌଧୁରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସେହିପରି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ରାଉତ, ଓଡ଼ିଶୀ ନୃତ୍ୟ ଗୁରୁ ଗୁରୁ ଶ୍ରୀ ବ୍ରଜକିଶୋର ମଲ୍ଲିକ, ବିଶିଷ୍ଟ କଣ୍ଠଶିଳ୍ପୀ ମୁର୍ଚ୍ଛନା ମିଶ୍ର ଙ୍କୁ "ପାରାଦ୍ଵୀପ ଗୌରବ ସମ୍ମାନ", ଚାଟାର୍ଡ ଆକାଉଣ୍ଟାଣ୍ଟ ସୂର୍ଯ୍ୟ ପ୍ରସାଦ ରଥ, ଶିକ୍ଷକ ଶଙ୍କର ଚରଣ ଖୁଣ୍ଟିଆ, ଫାର୍ମାସିଷ୍ଟ ସୁରଜିତ ପ୍ରଧାନ, ପାଥୋଲୋଜିଷ୍ଟ ପ୍ରକାଶ ଭଦ୍ର, ସଡ଼କ ସୁରକ୍ଷା ପାଇଁ ପଙ୍କଜ ତରାଇ ଙ୍କୁ "ସମାଜ ସାଥୀ" ସମ୍ମାନ, ଓ ସଫେଇ କର୍ମଚାରୀ ସୁନ୍ଦରା ମାରାଣ୍ଡି ଙ୍କୁ "ପ୍ରକୃତି ସାଥୀ" ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ସେହିପରି ପାରାଦ୍ଵୀପ ର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ କଳିଙ୍ଗ ମହିଳା ଶକ୍ତି, ସାତ୍ତ୍ୱିକ ସୋଲ ଫାଉଣ୍ଡେସନ, ନୀଳଚକ୍ର ୟୁଥ୍ କ୍ଳବ୍, ବାପି ଗୋଛାୟତ ସ୍ବେଚ୍ଛାସେବୀ ଗୃପ କୁ ସମ୍ବର୍ଦ୍ଧିତ କରାଯିବା ସହିତ ଅଭିଭକ୍ତ କଟକ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ ର ବିଭିନ୍ନ ସାମ୍ବାଦିକ ସଂଗଠନ ଓ ବରିଷ୍ଠ ସାମ୍ବାଦିକ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା ରେ ବିଜୟୀ ଛାତ୍ର ଛାତ୍ରୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ସାମ୍ୱାଦିକ ମାନଙ୍କ ପାଇଁ ଗ୍ରୁପ ଇନ୍ସୁରାନ୍ସ ବ୍ୟବସ୍ଥା କରିବା ସହିତ ଟ୍ରଷ୍ଟ ରେ ଅବିଭକ୍ତ କଟକ ଜିଲ୍ଲା ର ବିଭିନ୍ନ ବ୍ଲକ୍ ଓ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କୁ ଯୋଡିବା ପାଇଁ ଅଧ୍ୟକ୍ଷ ଘୋଷଣା କରିଥିଲେ। ଶେଷରେ ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ସଞ୍ଜୟ ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟ ର ଉପାଧ୍ୟକ୍ଷ ହରିଶ୍ଚନ୍ଦ୍ର ଲେଙ୍କା, ସହ ସମ୍ପାଦକ ଜଗନ୍ନାଥ ଶତପଥୀ, ସଂଗଠନ ସମ୍ପାଦକ ଜଗବନ୍ଧୁ ସ୍ବାଇଁ, କୋଷାଧ୍ୟକ୍ଷ ସିଦ୍ଧେଶ୍ଵର ସ୍ବାଇଁ, ଏବଂ ବରିଷ୍ଠ ସଦସ୍ୟ ସୂଦର୍ଶନ ବିଶ୍ବାଳ, ପ୍ରଶାନ୍ତ ରାଉତ, ସୁମନ୍ତ ସ୍ବାଇଁ, ପ୍ରଭାସ କୁମାର ଦାସ, ଜିତେନ୍ଦ୍ର ସାହୁ, ସୁଶାନ୍ତ ସାମଲ, ପ୍ରଭାତ ମହାପାତ୍ର, ଦୀପକ ବାରିକ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ସାଧାରଣ ଲୋକଙ୍କ ସହିତ ବୁଦ୍ଧିଜୀବୀ, ବିଭିନ୍ନ ଜିଲ୍ଲାରୁ ସାମ୍ବାଦିକ ସଂଘ ଓ ବରିଷ୍ଠ ସାମ୍ବାଦିକ ଯୋଗ ଦେଇଥିଲେ ।