Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ଵୀପ ରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ -2 ।

pragyansila bureau | 03 Sep 2025 | 7 min read | 3 views

ପାରାଦ୍ୱୀପ ( ପି.ଏନ. ଏସ ) : ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ତରଫରୁ ପ୍ରତ୍ୟକ ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ । ତେବେ ଚଳିତ ବର୍ଷର ଦ୍ବିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇଦିନ ଧରି ଗଭିର ସମୁଦ୍ରରେ ଆରମ୍ଭ ହୋଇଯାଇଛି । ଏହି ମିଳିତ ସମରାଭ୍ୟାସ ରେ ଜଳପଥ ରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀ କୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୮ ରୁ ଉର୍ଦ୍ଧ୍ବ ବିଭାଗ । ଗଭୀର ସମୁଦ୍ର ରେ ଇଣ୍ଡିଆନ ନ୍ୟାଭି, କୂଳରେ କୋଷ୍ଟଗାର୍ଡ , ମେରାଇନ ପୋଲିସ ଓ ମତ୍ସ୍ଯ ବିଭାଗ ପଇଁତରା ମାରିବା ସହିତ ଅନ୍ୟ ବିଭାଗ ଗୁଡିକ ସ୍ଥଳଭାଗରେ ଉପକୂଳ କୁ ସୁରକ୍ଷା ଯୋଗାଉଛନ୍ତି । ଏହି ୧୮ ରୁ ଉର୍ଦ୍ଧ୍ବ ବିଭାଗ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ସିଆଇଏସଏଫ, ମତ୍ସ୍ୟ ବିଭାଗ, ମେରାଇନ ପୋଲିସ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡିଶା ପୋଲିସ ,ବନ ବିଭାଗ, ପାରାଦ୍ଵୀପ ବନ୍ଦର ପ୍ରଭୃତି କୁ ଦୁଇଟି ବିଭାଗ ରେ ବିଭକ୍ତ କରାଯାଇଛି । ରେଡ୍ ଟିମ୍ ଆତଙ୍କବାଦୀଙ୍କ ରୂପରେ ଜଳପଥ ରୁ ଆସି ସ୍ଥଳପଥ ରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହି ଆକ୍ରମଣ କୁ ପଣ୍ଡ କରିବା ପାଇଁ ବ୍ଲୁ ଟିମ ସ୍ଥଳଭାଗ ରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମ କୁ ପଣ୍ଡ କରିବେ । ଆଜି ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ସମଗ୍ର ଭାରତ ବର୍ଷ ରେ ଥିବା ଉପକୂଳ ବନ୍ଦର ମାନଙ୍କରେ ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ- ୨ । ଏ ନେଇ ପାରାଦ୍ଵୀପ ର ବିଭିନ୍ନ ସମ୍ବେଦନଶୀଳ ଅଂଚଳ ମାନଙ୍କରେ ସୁରକ୍ଷା କର୍ମୀ ମାନେ ସଜାଗ ରହିଥିବା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ରେଡ୍ ଟିମ୍ ର ୬ ଜଣଙ୍କୁ ସଫଳତାର ସହିତ ବ୍ଲୁ ଟିମ୍ ଧରିବାରେ ସକ୍ଷମ ହୋଇଥିବା ପାରାଦ୍ଵୀପ ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି ।