ବୃଦ୍ଧାଙ୍କୁ ଚାନ୍ଦା ଜୁଲମକୁ ପ୍ରତ୍ୟାଖାନ କଲେ କ୍ଲବ ସଦସ୍ୟ ।
pragyansila bureau | 31 Aug 2025 | 7 min read | 4 views
ପାରାଦ୍ୱୀପ ( ପି.ଏନ. ଏସ ) : ଫୁଲ ବିକ୍ରୀ କରୁଥିବା ବୃଦ୍ଧାଙ୍କ ଉପରେ ଚାନ୍ଦା ଜୁଲମ ଘଟଣାରେ ବଦଳିଲା ମୋଡ଼, ବିଜୟଚନ୍ଦ୍ରପୁର ତାରିଣୀଗଡାରେ ଥିବା ୟୁଥ ଫେଡେରେସନ କ୍ଲବ ନାମରେ ହୋଇଥିବା ଅଭିଯୋଗ କୁ ଖଣ୍ଡନ କଲେ କ୍ଲବ ସଦସ୍ୟ । ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରଖିଲେ ପ୍ରତିକ୍ରିୟା । ତାରିଣୀଗଡାରେ ଜଣେ ଯୁବକ ସେମାନଙ୍କ ନାମରେ ମିଥ୍ୟା ଅପପ୍ରଚାର କରୁଥିବା ନେଇ ପ୍ରକାଶ କଲେ କ୍ଲବର ସଭାପତି । ଦୀର୍ଘ ଦିନ ଧରି ପାରାଦ୍ୱୀପରେ ଏକ ଅଶି ବର୍ଷୀୟା ବୃଦ୍ଧାଙ୍କ ଉପରେ ଚାନ୍ଦା ଜୁଲମ ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ଉକ୍ତ ଯୁବକ ତାରିଣୀଗଡାର ଏକ ନିର୍ଦ୍ଦିଷ୍ଟ କ୍ଲବ ର ସଦସ୍ୟ ବୋଲି ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବୃଦ୍ଧାଙ୍କ ସମେତ ସେଠାରେ ଥିବା ମହିଳା ବ୍ୟବସାୟୀ ମାନେ ଥାନାରେ ଏତଲା ଦେଇଥିଲେ । ଯାହାକୁ ଖଣ୍ଡନ କରିଛନ୍ତି କ୍ଲବର ସଦସ୍ୟ । ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜୟଚନ୍ଦ୍ରପୁର ତାରିଣୀଗଡାରେ ଥିବା ୟୁଥ ଫେଡେରେସନର ସଭାପତି ଏବଂ ଅନ୍ୟ ସଦସ୍ୟ ମାନେ ଏହି ଘଟଣାକୁ କପୋଳକଳ୍ପିତ କହିବା ସହିତ କ୍ଲବ କୁ ବଦନାମ କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ସେମାନେ କହିଛନ୍ତି | ତାରିଣୀଗଡାରେ ଥିବା ଜଣେ ଅସାମାଜିକ ଯୁବକ ଯିଏ ବିଭିନ୍ନ ଅସାମାଜିକ କାମରେ ଲିପ୍ତ ରହିଛନ୍ତି ସେ ଆମ କ୍ଲବ କୁ ବଦନାମ କରିବା ପାଇଁ ଏଭଳି କରିଥିବା ସେ କହିଛନ୍ତି । ଯେଉଁ ଯୁବକକୁ ସେ ଭିଡିଓରେ ଚାନ୍ଦା ଆଦାୟ କରୁଥିବା ନେଇ ଭାଇରାଲ କରାଯାଉଛି ସେ ଯୁବକ ଆମ କ୍ଲବ ର ସଦସ୍ୟ ନୁହନ୍ତି । ସେ ଯୁବକର ଘର ବାଲିଝରା ଅଞ୍ଚଳରେ ସେ ଫୁଲ କିଣିବାକୁ ଆସିଥିବା ବେଳେ କପୋଳକଳ୍ପିତ ଭାବେ ଏଭଳି ଭିଡିଓ କରାଯାଇ ଥିବା ଏବଂ ଉକ୍ତ ବୃଦ୍ଧା ଓ ଅନ୍ୟ ମହିଳା ବ୍ୟବସାୟୀ ମାନଙ୍କୁ ବ୍ୟବସାୟ ନ କରେଇ ଦେବାର ଭୟ ଦେଖାଇ ଏଭଳି କରାଯାଇଥିବା ସେମାନେ କହିଛନ୍ତି ଏବଂ ଏହି ଘଟଣାର ସଠିକ ତଦନ୍ତ କରିବା ପାଇଁ ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
