କୁଜଙ୍ଗ ଙ୍କୁ ଏନଏସି ମାନ୍ୟତା ଦାବୀ କଲା କୁଜଙ୍ଗ ସଚେତନ ନାଗରିକ ମଞ୍ଚ ।
pragyansila bureau | 31 Aug 2025 | 7 min read | 4 views
କୁଜଙ୍ଗ ( ପି.ଏନ. ଏସ ) : ଜୋର୍ ଧରିଲା କୁଜଙ୍ଗ କୁ ଏନ୍ଏସି ମାନ୍ୟତା ଦାବି । କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁଜଙ୍ଗ ବଜାର ପରିକ୍ରମା କରିବା ସହ କୁଜଙ୍ଗ ତହସିଲ ଅଫିସ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାବି ପୂରଣ ନହେଲେ ପ୍ରଶାସନ କୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଗତ ୧୮ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ନୂଆ ୧୨ଟି ଏନ୍ଏସି ଗଠନ କରିବାକୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ପୂର୍ବ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଜଗତସିଂହପୁର ଜିଲ୍ଲା ର କୁଜଙ୍ଗ ର ନାମ ଘୋଷଣା କରା ଯାଇନାହିଁ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର କୁଜଙ୍ଗ ତହସିଲଦାର ଙ୍କୁ ପ୍ରଦାନ କରାଯାଇଛି । କୁଜଙ୍ଗ ରେ ବିଚାର ବିଭାଗୀୟ ଅତିରିକ୍ତ ଜିଲ୍ଲା ଅଦାଲତ ସହିତ ବହୁ ସରକାରୀ କାର୍ଯ୍ୟାଳୟ ରହିଛି । ଏଥି ସହିତ ସମସ୍ତ ଭିତ୍ତିଭୂମି ଥିବାରୁ ଏନ୍ଏସି ପାଇଁ କୁଜଙ୍ଗ ରେ ବାରମ୍ବାର ଦାବି ହୋଇ ଆସିଥିଲା । ଫଳରେ ପୂର୍ବ ସରକାର ସମୟରେ ପ୍ରଥମ ପର୍ଯ୍ୟାୟରେ ୩୪ଟି ଓ ପରବର୍ତ୍ତୀ ସମୟରେ ତିନି ଜଣିଆ କମିଟି ଦ୍ବାରା କୁଜଙ୍ଗ ଅଞ୍ଚଳର ଆର୍ଥିକ ସ୍ଥିତି ରିପୋର୍ଟ ଯାଞ୍ଚ କରି ପୁନଃ ୨୨ଟି ଏନ୍ଏସି ଗଠନରେ କୁଜଙ୍ଗକୁ ସ୍ଥାନ ଦିଆ ଯାଇଥିଲା । ହେଲେ ସରକାର ବଦଳିବା ପରେ ଅଚାନକ ୧୨ ଟି ଏନ୍ଏସି ଘୋଷଣା ରେ କୁଜଙ୍ଗ ବାଦ ପଡିଥିବା ରୁ କୁଜଙ୍ଗ ଅଞ୍ଚଳରେ ଅସନ୍ତୋଷ ନିଆଁ ଲାଗିବା ସହିତ କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶତାଧିକ କୁଜଙ୍ଗ ଅଞ୍ଚଳ ବାସୀ ବଜାର ପରିକ୍ରମା କରିବା ସହ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ କୁଜଙ୍ଗ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନହେଲେ କୁଜଙ୍ଗ କୁ ବନ୍ଦ କରି ଦିଆଯିବ ବୋଲି କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।
